-+91-9937148622 |

prerana_bgr@rediffmail.com |

  Tuesday 4th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   (04-Aug-2026)       ||      *ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର୧୩୯ଟି ଅଭିଯୋଗ ଗ୍ରହଣ*   (04-Aug-2026)       ||      *ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ*   (04-Aug-2026)       ||      ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ    (04-Aug-2026)       ||      ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   (03-Aug-2026)       ||      ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   (03-Aug-2026)       ||      ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   (03-Aug-2026)       ||      ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   (03-Aug-2026)       ||      ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   (03-Aug-2026)       ||      *କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   (03-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   (03-Aug-2026)       ||      ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   (02-Aug-2026)       ||      କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      *ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   (02-Aug-2026)       ||      *ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   (02-Aug-2026)       ||      ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ    (02-Aug-2026)       ||      ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||     

HOME   ଜିଲ୍ଲା

*ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା*- *କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁଁହ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା* - *ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ*-

28-Apr-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )

ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ “ଉତ୍କଳ ନବରତ୍ନ ସମ୍ମାନ”ରେ କଟକରେ ସମ୍ମାନିତ କରାଯାଇଥିବା ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସାମାଜିକ  ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କୁ ଜିଲ୍ଲାପାଳ  ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ଜିଲ୍ଲାପାଳ ଡ଼ ସାହୁ ଙ୍କ ସମେତ ଏସପି ଶ୍ରୀ ନାରାୟଣ ନାଏକ, ଏ ଡି ଏମ ଶ୍ରୀ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳୀନା ପ୍ରଧାନ, ପୌର ପରିଷଦ ଅଧ୍ଯକ୍ଷା ତାମସୀ ତାମସ୍ମିତା ନାୟକ ଯୋଗ ଦେଇଥିଲେ l ବିଜୁ ପଟ୍ଟନାୟକ ମହିଳା କଲେଜ ର ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ ଅତିଥି ଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରେ କହିଲେ "କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁହଁ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା l ଡ଼ ନୃପ ରାଜ ସାହୁ ସେଭଳି ଏକ କଳାକାର ଯେଉଥିଁ ପାଇଁ କି ଆଜି ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ମହାନ ବ୍ୟକ୍ତିତ୍ୱ ସଚ୍ଚି ରାଉତରାୟ, ରଘୁନାଥ ପାଣିଗ୍ରାହୀ, ଯଦୁନାଥ ଦାଶ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ କର ଙ୍କ ଭଳି ବ୍ୟକ୍ତି ବା ସମ୍ୱର୍ଦ୍ଧିତ ପ୍ରତିଭା ଙ୍କ ସହ ସମ୍ମାନ ରେ ସମକକ୍ଷ ହୋଇ ପାରିଛନ୍ତି ଡ଼. ସାହୁ ବୋଲି କହିଥିଲେ l ଆହୁରି ମଧ୍ୟ କହିଲେ "ସୂର୍ଯ୍ୟ ଙ୍କ ପ୍ରଖରତା ରେ ଅନେକ ଲୋକ ମଉଳି ଯାଆନ୍ତି" "ପ୍ରଖର ଖରା ରେ କିନ୍ତୁ କୃଷ୍ନ ଚୁଡ଼ା ଠୋ ଠୋ ହସୁଥାଏ" l ଠିକ୍ ଏଭଳି ବ୍ୟକ୍ତିତ୍ୱ ର ଅଧିକାରୀ ମଧ୍ୟ ଡ଼ ସାହୁ, ଯାହାକି ସବୁ ବାଧା ବିଘ୍ନ କୁ ଏଡ଼ାଇ ହସି ହସି ପବ୍ଲିକ ସର୍ଭିସ କରି ଚାଲିଛନ୍ତି ସେ l ଆଉ ଏଥିପାଇଁ ଆଜି ତାଙ୍କୁ ସଫଳତା ଉପରେ ସଫଳତା ସମ୍ମାନ ଉପରେ ସମ୍ମାନ ଆଣି ଦେଇଛି l ଯାହାକି ଆମ ପାଇଁ ଆମ ଜିଲ୍ଲା ପାଇଁ ଗୌରଵ ଅଟେ ବୋଲି ଶ୍ରୀ ଖେତ୍ତୀ କହିଥିଲେ l 
ଏହି ସମ୍ବର୍ଦ୍ଧନା ସଭା ରେ ଜିଲ୍ଲାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବି , ୩୦ ଟି ସାମାଜିକ ଅନୁଷ୍ଠାନ ର ୧୦୦ ରୁ ଉର୍ଦ୍ଧ୍ବ ବିଶିଷ୍ଟ ବ୍ୟକ୍ତି  ଯୋଗଦେଇ ଜିଲ୍ଲାପାଳ ଡ଼ ସାହୁ ଙ୍କୁ ଉତ୍ତରୀୟ ଫୁଲ ତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କ ସଫଳତାକୁ ସ୍ୱାଗତ କରି  ଡ଼. ସାହୁ ଜଣେ ବିରଳ ବ୍ୟକ୍ତି ବୋଲି କହିଥିଲେ l ଜିଲ୍ଲାପାଳ ଡ଼ ସାହୁ ପ୍ରତି ଉତ୍ତର ରେ କହିଥିଲେ ଯେ, ଆଜି ମୋ କାନ୍ଧ ରେ ଥିବା ଆପଣଙ୍କ ର ଏ ଉତ୍ତରୀୟ ବୋଝ ଜିଲ୍ଲା ରେ ଥିବା ବୋଝ କୁ ହାଲକା କରିବ, ଆଉ ଏ ବୋଝ ଆମ ଦାୟିତ୍ୱ ମଧ୍ୟ ବଢ଼ାଇବ l ଏ ପଦ ପଦବୀ ସମ୍ମାନ ଓ ଗାଡ଼ି ଘୋଡ଼ା ବଡ଼ କଥା ନୁହେଁ, ମାନବିକ ଆବେଗ ମାନବିକ ସଂପର୍କ, ମାଟି କୁ ମଣିଷ କୁ ଭଲ ପାଇବା ହିଁ ସ୍ମରଣୀୟ ହୋଇ ରହିବ ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l 
ସଭାରେ ଏସପି, ଏ ଡି ଏମ୍ ଓ ବକ୍ତା  ଗୋରେଖ ନାଥ ସାହୁ, ଡ଼ ଆର୍ତ୍ତ ତ୍ରାଣ ବାବୁ, ଗୋବିନ୍ଦ ମହାରଣା  ଜିଲ୍ଲାପାଳଙ୍କ ଦକ୍ଷ ପ୍ରଶାସନ, ଲୋକାଭିମୁଖୀ ପଦକ୍ଷେପ , ବିକାଶମୁଖୀ କାର୍ଯ୍ୟକଳାପ, ମାଟି କୁ ଭଙ୍ଗା ମାଟି ଘରେ ରହୁଥିବା ଲୋକଙ୍କୁ ଓ ଦୁଃଖ କୁ ଚିହ୍ନିବା ଖୋଜିବା କଳା କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମାନ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ତାଙ୍କ ଉପରେ ଜିଲ୍ଲାବାସୀଙ୍କ ଆଶୀର୍ବାଦ ଓ ସହଯୋଗ ପ୍ରତି କୃତଜ୍ଞତା ଜଣାଇ, ଆଗାମୀ ଦିନରେ ଜିଲ୍ଲାର ସମଗ୍ର ବିକାଶ ପାଇଁ ଆହୁରି ସମର୍ପିତ ଭାବେ କାମ କରିବେ ବୋଲି କହିଥିଲେ। ଏହି ସଭା ର ଅୟୋଜନ ଓ ସଭାକୁ କୁ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବାବେଳେ ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ l  ଜିଲ୍ଲା ପୋଲିସ୍ ପକ୍ଷରୁ ଏସପି ଶ୍ରୀ ନାଏକ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଡି ଏମ୍ ଶ୍ରୀ ମାଝୀ, ଏ ଡି ଏମ୍ ଶ୍ରୀମତି ପ୍ରଧାନ, ଜିଲ୍ଲାପାଳ କାର୍ଯ୍ୟାଳୟ, ଓଡ଼ିଶା ଅମଲା ସଂଘ,  ପୌର ପରିଷଦ ପକ୍ଷରୁ ଅଧ୍ଯକ୍ଷା ଶ୍ରୀମତୀ ନାୟକ, ଓ ଶ୍ରୀବତ୍ସ ମଲ୍ଲିକ ଜିଲ୍ଲାପାଳ ଙ୍କୁ ସମ୍ବର୍ଧିତ କରିଥିବା ବେଳେ ବରିଷ୍ଠ ନାଗରିକ ସଂଘ,  ସଚେତନ ନାଗରିକ ମଞ୍ଚ, ଓଡ଼ିଶା ସାମ୍ୱାଦିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ , ସ୍ଵଚ୍ଛ ଭାରତ ସଙ୍ଗଠନ, ଶ୍ରୀ ଗୋପାଳ ଜି ଯୋଗଳୟ , ସୋନପୁର କଲେଜ୍ ଏନ୍ ସି ସି, ଭାରତ ବିକାଶ ପରିଷଦ, ଦିବ୍ୟ ଊର୍ଜା ଯୋଗ ସେବା ସମିତି, ପଏଁରି, ଶ୍ରମିକ ସଂଗଠନ, କୋଶଳ ଆବାସିକ ବିଦ୍ୟାଳୟ, ନାଟ ଅନୁଷ୍ଠାନ , ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ମହାନଦୀ ଧାରା, ବିଶ୍ୱ ଭାରତୀ ସାଇ ଶିକ୍ଷା ନିକେତନ, ରାମ ଧୁନ କ୍ଲବ, ଜିଲ୍ଲା କ୍ରିଡ଼ା ସଂଘ, ସ୍ୱୀମିଂ ଆସୋସିଏସନ୍  , ଜିଲ୍ଲା ଟ୍ରକ୍ ମାଲିକ ସଂଘ, ବସ ସଂଘ, ଯଶୋଦା ଦେବୀ ନର୍ସିଂ ସ୍କୁଲ୍, ଜିଲ୍ଲା କନେଷ୍ଟବଳ ସଂଘ, ଅମଲା ସଂଘ, ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ୍, ମାରୱାଡି ଯୁବା ମଞ୍ଚ ର କର୍ମକର୍ତ୍ତା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୨ଟି ଦରଖାସ୍ତ ଗ୍ରହଣ   04-Aug-2026
  ଜିଲ୍ଲା  
*ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର୧୩୯ଟି ଅଭିଯୋଗ ଗ୍ରହଣ*   04-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ*   04-Aug-2026
  ଜିଲ୍ଲା  
ବନ୍ୟା ରେ କ୍ଷୟକ୍ଷତି ପୂରଣ ଦାବୀ ରେ ବିଜୁ ଜନତା ଦଳ ଲୋଇସିଂହା ପକ୍ଷରୁ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ   04-Aug-2026
  ଜିଲ୍ଲା  
ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ   03-Aug-2026
  ଜିଲ୍ଲା  
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ   03-Aug-2026
  ଜିଲ୍ଲା  
ନୂତନ ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ   03-Aug-2026
  ଜିଲ୍ଲା  
ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   03-Aug-2026
  ଜିଲ୍ଲା  
ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   03-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   03-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   03-Aug-2026
  ଜିଲ୍ଲା  
ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   02-Aug-2026

You Might Also Like