-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
27-Apr-2026
ବଲାଙ୍ଗୀର(ପ୍ରେରଣା ଖବର): ସମାଜସେବା ଓ ସାହିତ୍ୟ ସାଧନାରେ ବ୍ରତୀ ବଲାଙ୍ଗୀର ଜିଲ୍ଲାର ବୋହୂ ଡ.ସଂଗୀତା ମିଶ୍ରଙ୍କୁ ସ୍କାର୍ଟ ଓଡିଶା ତରଫରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା- ୨୦୨୬ ରେ ସମ୍ମାନିତ କରାଯାଇଛି। ଗତ ଏପ୍ରିଲ ୨୬ ତାରିଖ ରାଜ୍ୟ କଳା ଗବେଷଣା ଓ ପ୍ରଶିଷଣ ପରିଷଦ ତରଫରୁ ରାଜ୍ୟସ୍ତରୀୟ ପ୍ରତିଭା ପୂଜା, ପ୍ରତିଭା ପ୍ରୋତ୍ସାହନ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୬ କଟକ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲ। ବଲାଙ୍ଗୀର ଜିଲ୍ଲାର ବୋଧୂ ଡ. ସଂଗୀତା ମିଶ୍ରଙ୍କୁ କବିୟିତ୍ରୀ ଭାବେ ସ୍କାର୍ଟ ଓଡ଼ିଶା ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ସମ୍ମାନିତ କରାଯାଇ ଅଛି। ଡ.ସଂଗୀତା ମିଶ୍ର ଜଣେ ସମାଜସେବୀ ଓ ସାହିତ୍ୟିକା ଭାବେ ଖୁବ ପରିଚିତ। ସେ ପୂର୍ବରୁ ରାଜ୍ୟସ୍ତରୀୟ ମାଟିଲଗ୍ନା ସାହିତ୍ୟ ସଂସଦରୁ ମାଟିଲଗ୍ନା ଶ୍ରୀ ସମ୍ମାନ ଓ ସେବାରତ୍ନ ସମ୍ମାନ ପାଇଥିବାବେଳେ ଓଡ଼ିଶା ସାହିତ୍ୟ ସଂସଦ ଓ ଓଡ଼ିଶା ସାହିତ୍ୟିକ ସଂଗଠନ ତରଫରୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ସମ୍ମାନ ଓ ଅପରାହ୍ନ ଖବର କାଗଜ ତରଫରୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ବର୍ଦ୍ଧିତ ହୋଇ ଆମ ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।