-+91-9937148622 |
prerana_bgr@rediffmail.com |
Wednesday 5th August 2026 |
R.N.I. Regd No. ODIODI/2010/46693
Breaking News
28-Apr-2026
କଟକ(ତପନ ମହାନ୍ତି): ପୋତାପୋଖରୀ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦଶମ ସଂସ୍କରଣ ଉଦଯାପିତ ହୋଇଯାଇଛି ଟୁର୍ଣାମେଣ୍ଟରେ ମହାକାଳୀ ଓ୍ବାରିଅର୍ସ ଚମ୍ପିୟାନ ହୋଇ ଟ୍ରଫି ସହ ୫୦ହଜାର ଓ ସ୍କାୟ ଲିଜେଣ୍ଡ ରନର୍ସ ଅପ୍ ହୋଇ ଟ୍ରଫି ସହ ୩୦ ହଜାର ଟଙ୍କା ପାଇଥିଲେ। ଗତ ରବିବାର ଉଦଯାପନୀ ଉତ୍ସବରେ ଅତିଥ୍ ଭାବେ ଚୌଦ୍ଵାର କଟକର ବିଧାୟକ ସୌଭିକ ବିଶ୍ଵାଳ, ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ, ସେଣ୍ଟ ଜାଭିୟର୍ସ ଗ୍ରୁପ ଅଫ ସ୍କୁଲର ନିର୍ଦ୍ଦେଶକ ଡଃ ପ୍ରଭୁ ଚରଣ ମହାନ୍ତି, ସ୍ଥାନୀୟ କର୍ପୋରେଟର ତାପସ ରଂଜନ ସାମନ୍ତରାୟ, ପୋତାପୋଖରୀ ପୂଜା କମିଟିର ସଭାପତି ରମେଶ ଚନ୍ଦ୍ର କର, ସମ୍ପାଦକ ମନୋଜ କୁମାର ମହାରଣା, କାର୍ଯ୍ୟକାରୀ ସମ୍ପାଦକ ବାପି ରାୟ, ଶିକ୍ଷାବିତ ଡଃ ଚୌଧୁରୀ ସତ୍ୟ ଦାସ, ହିସାବ ନିରୀକ୍ଷକ ପ୍ରଦୀପ୍ତ କୁମାର ସାହୁ, ଗଗନ ସାହୁ, ରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ଦାସ, ଅକ୍ଷୟ କୁମାର ସ୍ୱାଇଁ ଓ ସଚିନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଖେଳରେ
ସହଯୋଗୀ ଭାବେ ଅମିୟ ରଞ୍ଜନ ସ୍ଵାଇଁ, ବିନୋଦ ନାୟକ, ସମ୍ବିତ ଦାସ, ସହଦେବ ସାହୁ, ସମ୍ବିତ ମହାରଣା, ଅମରେଶ ମହାନ୍ତି, ଜଗବନ୍ଧୁ ଦାସ, ରଞ୍ଜିତ ମହାନ୍ତି, ସନତ ନାୟକ, ରଞ୍ଜିତ ଦାସ, ସିମେଣ୍ଟ ନାୟକ, ବୁଲା ସେଠୀ, ସୁବ୍ରତ ନାୟକ, ଲିଟନ ଖଟୁଆ, ରୋହନ ସାହୁ, ଶକ୍ତି ନାୟକ ଓ ଗୌରବ ଦାସ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ