-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
28-Apr-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସ୍ଥାନୀୟ ବ୍ଲକଛକ ଠାରେ ବିଶାଳ ମେଗା ମାର୍ଟ ର ଅତ୍ୟାଧୁନିକ ମେଗା ସୋ ରୁମ୍ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସହରର ବିଶିଷ୍ଟ ଆଇନଜୀବୀ ଲକ୍ଷ୍ମୀ ନାରାୟଣ ମହାନ୍ତି ଯୋଗଦେଇ ମେଗାଷ୍ଟୋର୍ ର ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବରେ ନିହାରବାଳା ଦାସ, ଡ଼ଃ. ଜ୍ୟୋତିରଞ୍ଜନ ବହିଦାର, କିରଣବାଳା ଦାସ, ନିଶାନ୍ତ କୁମାର ମହାନ୍ତି ଓ ଅଧ୍ୟାପିକା ଲିଖିତା ପଟ୍ଟନାୟକ ଯୋଗଦେଇଥିଲେ । ସୁବର୍ଣ୍ଣପୁର ଭଳି ଏକ ବିକାଶନ୍ମୋଖି ସହରରେ ଏଭଳି ମେଗା ମାର୍ଟ ର ବହୁତ ଆବଶ୍ୟକତା ଥିଲା ବୋଲି ଆଜି ଗ୍ରାହକ ଓ ଜନସାଧାରଣ କହିଥିବାବେଳେ ଲୋକ ମାନଙ୍କୁ ତାଙ୍କର ଚାହିଦା ମୁତାବକ ସମସ୍ତ ସାମଗ୍ରୀ କୁ ଉଚିତ୍ ମୂଲ୍ୟ ରେ ଯୋଗାଇଦେବା ସହ ଉତ୍ତମ ଗୁଣବତ୍ତା ର ଉପଲବ୍ଧ କରାଇବା ହିଁ ଆମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଷ୍ଟୋର ମ୍ୟାନେଜର ବିଜୟ କୁମାର ରଣସିଂହ ଓ ଏରିଆ ମ୍ୟାନେଜର ଅନନ୍ତ ନାରାୟଣ ପ୍ରଧାନ ଉପସ୍ଥିତ ଗଣମାଧ୍ୟମ ର ପ୍ରତିନିଧି ଙ୍କୁ ସୂଚନା ଦେଇଥିଲେ।