-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
17-May-2025
ବରୀ(ରଞ୍ଜିତ ମହାନ୍ତି): କୋର୍ଟ ଉଦ୍ଘାଟନ ଅବସରରେ ଉପସ୍ଥିତ ଅତିଥ ଏବଂ ଅନ୍ୟମାନେ ବରୀ ବ୍ଲକ ଅଧୀନ ବରିପାଳଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଭିଡିଓ କନଫରେନ୍ସ ଜରିଆରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ବିଚାରପତି ସଙ୍ଗମ କୁମାର ସାହୁ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲାଜଜ୍ ଅମୃତ ରଞ୍ଜନ ନନ୍ଦ, ଯାଜପୁର ଜିଲାପାଳ ପି. ଅନ୍ଵେଷା ରେଡ୍ଡୀ, ଜିଲା ଆରକ୍ଷୀ ଅଧ ଅଧୀକ୍ଷକ ୟଶପ୍ରସାଦ ଶ୍ରୀମଲ, ଅତିରିକ୍ତ ଜିଲାପାଳ ଶିବାନନ୍ଦ ସ୍ବାଇଁ, ଆଇନଜୀବୀ ବିର ବିରଜା ପ୍ରସାଦ ପରିଡ଼ା, ରାଜକିଶୋର ସାମଲ, ଅମ୍ବିକା ପ୍ରସାଦ ସାମଲ, ବାବାଜୀଚରଣ ଜେନା, ଧୀରେନ୍ଦ୍ର ସ୍ବାଇଁ, ହରିଶ ଚନ୍ଦ୍ର ଧଳଙ୍କ ସମେତ ବହୁ ସଂଖ୍ୟକ ଆଇନଜୀବୀ ଉପସ୍ଥିତ ଥିଲେ। ଆନ୍ୟମାନଙ୍କ ମଧ୍ଯରେ ସାମାଜିକ କର୍ମୀ ଶିଶିର ମଲିକ, କେଦାର କେଦାର ସାମଲ, ଜିଲା ପରିଷଦ ସଭ୍ୟ ଅଶୋକ ସାମଲ, ସନ୍ତୋଷ ସାମଲ, ଦିଲୀପ ମହାନ୍ତି, ଫକୀରଚରଣ ସିଂ, ପ୍ରାକ୍ତନ ସରପଞ୍ଚ ବୀରେନ୍ଦ୍ର ମିଶ୍ର, ମନୋଜ ସିଂ, ସୁଶାନ୍ତ ମଲିକ, ମନୋରଞ୍ଜନ ବିଶ୍ବାଳ, ପ୍ରସନ୍ନ ସାମଲ, ମାନଗୋବିନ୍ଦ ସାମଲ, ସରପଞ୍ଚ କୁନା ମଲିକ ଓ ଶ୍ରୀଧର ସେଠୀ ପ୍ରମୁଖ ଯୋଗ ଦେଇ ଦେଇଥିଲେ।