-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମନ୍ମଥନାଥ ଦାସଙ୍କ ଜନ୍ମ ଶତବାର୍ଷିକୀ

15-May-2025



ବାଲେଶ୍ବର (ବ୍ୟାସବିହାର)

ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ସାହିତ୍ଯ ଅକାଦେମିର ମିଳିତ ଆନୁକୂଲ୍ୟରେ ଜାତୀୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଐତିହାସିକ, ସାହିତ୍ୟିକ ଓ ବିଶିଷ୍ଟ ଶିକ୍ଷାବିତ ମନ୍ମଥନାଥ ଦାସଙ୍କ ଜନ୍ମ ଶତବାର୍ଷିକୀ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ମନ୍ମଥନାଥ ଦାସଙ୍କ ବୋହୂ ରଞ୍ଜିତା ଦାସ ଯୋଗଦେଇ, ଫକୀରମୋହନ ବିଶ୍ବବିଦ୍ୟାଳୟ ତଥା ସାହିତ୍ଯ ଅକାଦେମିର ମିଳିତ ପ୍ରୟାସକୁ ଧନ୍ୟବାଦ ଜ୍ଞାପନ ସହ ମନ୍ମଥନାଥ ଦାସଙ୍କ ପ୍ରତି ଏହି ସମ୍ମାନସ୍ପଦ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଭାବାବେଗ ସହ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। 

ସଭାମୂଖ୍ୟ ରୂପେ ସାହିତ୍ଯ ଅକାଦେମୀ ର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଗୌରହରି ଦାସ ଯୋଗଦେଇ ମନ୍ମଥନାଥଙ୍କ ରଚିତ ପୁସ୍ତକ ଗୁଡିକ ଉପରେ ଆଲୋକପାତ କରିଥିଲେ। ଐତିହାସିକ ଭାବେ
ତାଙ୍କ ଜୀବନୀ, ଦର୍ଶନ ଓ ସାହିତ୍ଯ ସାଧନାର ଉଦାହରଣ ଓ ସ୍ବ-ଅନୁଭୂତି ଗୁଡ଼ିକୁ ନିଜ ଉଦବୋଧନରେ ଉଲ୍ଲେଖ କରିଥିଲେ। 
ଏହାସହିତ ମୁଖ୍ଯବକ୍ତା ଭାବେ ବିଶିଷ୍ଟ ଐତିହାସିକ ଖାରବେଳ ମହାନ୍ତି ଯୋଗଦେଇ ମନ୍ମଥନାଥ ଦାସଙ୍କ ସଂପର୍କିତ ଅନେକ ମୂଲ୍ୟବାନ ସଂଯୋଗିକ ପ୍ରସଙ୍ଗମାନ ଉପସ୍ଥାପନ କରିଥିଲେ। ସେ ମନ୍ମଥନାଥଙ୍କୁ ଏକାଧାରରେ ଜଣେ ଶିକ୍ଷକ,  ସାହିତ୍ଯିକ,  ମାନବବାଦୀ ଐତିହାସିକ ବୋଲି ସମ୍ବୋଧନ କରିଥିଲେ। 
ବିଶ୍ବ ଇତିହାସ ପୃଷ୍ଠାରେ ମନ୍ମଥନାଥଙ୍କ ଅବଦାନକୁ ସେ ଅତ୍ୟନ୍ତ ଗଭୀର ଓ  ତତ୍ତ୍ବସଂପର୍ଣ ଭାବେ ବ୍ୟାଖ୍ୟା କରିଥିଲେ। ଉତ୍ତମ ସାହିତ୍ଯ ବିନା, ଉଚ୍ଚକୋଟୀର ଇତିହାସ ଲେଖାଯାଇପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ମନ୍ମଥନାଥଙ୍କୁ ରାଜ୍ଯ, ଦେଶ ତଥା ବିଶ୍ଵର ଜଣେ ଯୋଗଜନ୍ମା ପୁରୁଷ କହି ସମ୍ବୋଧନ କରିବା ସହ ସେ ଶୈଖିକ ଜଗତର ଜଣେ ସୂର୍ଯ୍ୟୋଦୟ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ମନ୍ମଥନାଥ ଜଣେ ସ୍ବାଭିମାନୀ ତଥା ନିର୍ଭୀକ ଆଦର୍ଶର ପ୍ରତିବିମ୍ବ ସଦୃଶ ବୋଲି ପ୍ରକାଶ କରିଥିଲେ। 

ଏହି କାର୍ଯ୍ୟକ୍ରମର ଦୁଇଟି ବୈଷୟିକ ଅଧିବେଶନରେ ଦାଶ ବେନହୁର, ଅଭିରାମ ବିଶ୍ବାଳ, ରୁଦ୍ରାଣୀ ମହାନ୍ତି , ସହଦେବ ସାହୁ, ଅଶୋକ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରହଲ୍ଲାଦ ସିଂହ ପ୍ରମୁଖ ଯୋଗଦେଇ ମନ୍ମଥନାଥଙ୍କ ସଂପର୍କରେ ଆଲୋଚନା କରିଥିଲେ। 

କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ସାହିତ୍ଯ ଅକାଦେମି- କୋଲକାତା ର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ଉପସ୍ଥିତ ହୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। 
କାର୍ଯ୍ୟକ୍ରମକୁ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର ସଂଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏଥିସହିତ ବିଶ୍ୱବିଦ୍ୟାଳୟ ପରିସରରେ ସାହିତ୍ଯ ଅକାଦେମି ପକ୍ଷରୁ ପ୍ରକାଶିତ ଅନେକ ପୁସ୍ତକର ପ୍ରଦର୍ଶନ ସହ ବିକ୍ରୟର ମଧ୍ଯ ଆୟୋଜନ କରାଯାଇଥିଲା।
ବୈଷୟିକ ଅଧିବେଶନରେ ଶେଷରେ, ଭାଷା ଓ ସାହିତ୍ଯ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ଜୟନ୍ତ କୁମାର ଦାସ ଓ ଡ଼କ୍ଟର ପ୍ରହ୍ଲାଦ ଖିଲ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like