-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
15-May-2025
ସିନାପାଲି (ଚିନ୍ତାମଣି ନେତାମ)
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ପଂଚାୟତ ବୈଗାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନୂତନ ଭାବେ କଂକ୍ରିଟ କାର୍ଯ୍ୟ ଚାଲିଥିବା ବେଳେ ବିନା ସୁଚନା ଫଲକରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି। ସରକାର ଙ୍କ ନିୟମ ଅନୁସାରେ ଯେଉଁ ଠାରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ସେଠାରେ ପ୍ରଶାସନ ପକ୍ଷରୁ ସୁଚନା ଫଲକ ଲଗାଇବା ବାଧ୍ଯତାମୁଲକ ରହିଛି। କିନ୍ତୁ ଏହା ସିନାପାଲି ବ୍ଲକ ଖରସେଲ ପଂଚାୟତ ବୈଗାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା କାମରେ ବ୍ୟତିକ୍ରମ ଦେଖିବାକୁ ମିଲିଛି। ପ୍ରକାଶ ଯେ ଏହି ବିଦ୍ୟାଳୟ ର ମରାମତି କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ରେ ନୂତନ ଭାବେ କାର୍ଯ୍ୟ ହେଉଥିବା ବେଳେ ତାହା ଅତି ନିମ୍ନମାନର କାମ ହୋଇଛି l ହେଲେ ସେଠାରେ କୌଣସି ସୁଚନା ଫଲକ ଲଗାଯାଇନାହି। ଯାହା ଫଳ ରେ ଏହି କାମ କେଉଁ ପାଣ୍ଠି ବିନିଯୋଗ ରେ କରାଯାଉଛି। ଏବଂ କେବେ ଆରମ୍ଭ ହେଲା କେବେ ଶେଷ ହେବ, କେଉଁ ଠିକାଦାର ଦ୍ୱାରା କରାଯାଉଛି କେତେ ଲକ୍ଷ ଟଙ୍କା ଅଟକଲ ମୁଲ୍ଯ ର କାମ ତାହା ଜଣାପଡୁନଥିବାରୁ ଜନସାଧାରଣ ରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି। ଏଭଳି କାମରେ ଆରମ୍ଭ ରୁ ସୁଚନା ଫଲକ ନଥିବାରୁ ଉକ୍ତ କାର୍ଯ୍ୟ କୁ ନେଇ ବିଭିନ୍ନ ପ୍ରଶ୍ନ ସ୍ରୁଷ୍ଟି କରୁଥିବା ବେଳେ ଏହି କାମରେ ଅନିୟମିତତା ହେଉଥିବା ଜନସାଧାରଣ ରେ ସନ୍ଦେହ ମନେ ହେଉଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି l ଏନେଇ ଅଧିକ ସୁଚନା ପାଇଁ ବିଭାଗୀୟ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଓ ଜେଇ ପର୍ଶୁରାମ କୋନ ହାର କୁ ମୋବାଇଲ୍ ଫୋନ ଯୋଗେ ଯୋଗାଯୋଗ କରିଥିବାରୁ ପରେ ସୂଚନା ଫଳକ ଲେଖାଯିବା ବୋଲି କହିଲେ । ଜିଲ୍ଲା ପ୍ରଶାସନ
ଏଥିପ୍ରତି ଦୁଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।