-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
14-May-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଇଁଲାଚୁଆଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭିଏସ)ର ଦଶମ ଶ୍ରେଣୀ ଛାତ୍ର ପ୍ରାଞ୍ଜଳ ବସ୍ତିଆ ଦଶମ ସିବି୍ଏସସି ବୋର୍ଡ ପରୀକ୍ଷାରେ ମୋଟ ୫୦୦ମାର୍କରୁ ୪୮୬ ନମ୍ବର ଅର୍ଥାତ ୯୭.୨ ଶତକଡା ରଖି ଜିଲ୍ଲାର ତିନୋଟି ଆଦର୍ଶ ବିଦ୍ୟାଳୟ ମଧ୍ୟରେ ସର୍ବାଧିକ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ପ୍ରାଞ୍ଜଳ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ପ୍ରତିମା ବସ୍ତିଆ ଓ ପ୍ରକାଶ ବସ୍ତିଆଙ୍କ ଏକ ମାତ୍ର ପୁଅ ଅଟନ୍ତି ।ସେ ଏହି ସଫଳତା ର ଶ୍ରେୟ ନିଜ ବାପା, ମାଆ, ଶିକ୍ଷକ,ଶିକ୍ଷୟିତ୍ରୀ ଓ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ଦେଇଛନ୍ତି ।ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଲକ୍ଷ୍ୟ ରଖି କଠୋର ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ କହିଛନ୍ତି ।