-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
13-May-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ପ୍ରଥମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ପରେ ପଦ୍ମପୁର କଲେଜ ରୋଡ ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିକେଲ ହାଇସ୍କୁଲ ମାଟ୍ରିକ ୨୦୦୦ ବ୍ୟାଚର ପ୍ରାୟ ୫୦ ଜଣ ବନ୍ଧୁ ବାନ୍ଧବୀ ଓ ତାଙ୍କ ପରିବାର ଲୋକ ଅଂଶଗ୍ରହଣ କରିଥିଲେ । ବରିକେଲ ହାଇସ୍କୁଲର ତତ୍କାଳୀନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଫିସ୍ କର୍ମଚାରୀ ଯଥା:- ପରୀକ୍ଷିତ ବେହେରା, ହେମସାଗର ସାହା, ପଦ୍ମିନୀ ବହିଦାର, ଭାରତୀ ସାମନ୍ତରାୟ, ଗୋପାଲଜୀ ପାଣିଗ୍ରାହୀ, ଜିତେନ୍ଦ୍ର କୁମାର ପଣ୍ଡା, ନବୀନ ଚନ୍ଦ୍ର ସାହୁ, ମୀନକେତନ ସାହୁ, ନିର୍ମଳ ବାଙ୍କ, ପରମେଶ୍ବର ସାହା ମହୋଦୟ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ହରେକୃଷ୍ଣ ମେହେର ଏବଂ ଶ୍ରୀମତୀ ଇତିଶ୍ରୀ ପୁରୋହିତ ପରିଚାଳନା କରିଥିଲେ । ଶ୍ରୀ ଜଗବନ୍ଧୁ ଶିକା କାର୍ଯ୍ୟକ୍ରମର ପୃଷ୍ଠଭୂମି ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ମ୍ୟାଟ୍ରିକ ୨୦୦୦ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀ ମାନେ ଅତୀତର ସ୍ମୃତି ଚାରଣ କରିଥିଲେ। ଶ୍ରୀ ବାବୁଲାଲ ମେହେର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ପୁରାତନ ଛାତ୍ର ଛାତ୍ରୀ ତଥା କୁନି କୁନି ପିଲା ମାନେ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଦମ୍ପତ୍ତି ମାନଙ୍କ ମଧ୍ୟରେ କେତୋଟି ପ୍ରତିଯୋଗିତା ମଧ୍ଯ ରଖାଯାଇଥିଲା ।ଏହି କାର୍ଯ୍ୟକ୍ରମ ଶେଷରେ ଶ୍ରୀ ରାଜେଶ କୁମାର ସାହୁ ଏବଂ ଶ୍ରୀ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।