-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
12-May-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ବୁଦ୍ଧ ପୂର୍ଣ୍ଣିମା ତଥା ଜୟନ୍ତୀ ଅବସରରେ ସୋନପୁର ପୌର ପରିଷଦ ପକ୍ଷରୁ ସହର ର ସର୍କିଟ ହାଉସ ଛକ ଠାରେ ଥିବା ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ପୌର ନିର୍ବାହୀ ଅଧିକାରୀ ଋଷି ମାଝୀ, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ପ୍ରକାଶ ସାହୁ, କାଉନସିଲର ଗଙ୍ଗା ତରିଆ, ସମାଜସେବୀ ପବିତ୍ର ସାହୁ ଓ ରଶ୍ମିତା ମିଶ୍ର ପ୍ରମୁଖ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରେ ଧୂପ ଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ପ୍ରଭୁ ବିଷ୍ଣୁଙ୍କ ନବମ ଅବତାର ଭାବରେ ବୁଦ୍ଧ ଙ୍କୁ ଆରାଧନା କରାଯାଇଥାଏ।