-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
12-May-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ସହର ର ବଡ଼ବଜାର ଠାରେ ଥିବା ନୃସିଂହ ମନ୍ଦିର ଠାରେ ପ୍ରଭୁ ନୃସିଂହ ଙ୍କ ଜନ୍ମୋତ୍ସବ ଧୂମଧାମ୍ ରେ ପାଳିତ ହୋଇଯାଇଛି। ଏହି ଅବସରରେ ଲକ୍ଷ୍ମୀ -ନୃସିଂହ (ଗୁଣ୍ଡିଚା) ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ନୃସିଂହ ନାମଯଜ୍ଞ କମିଟି ପକ୍ଷରୁ ଆୟୋଜିତ ନାମଯଜ୍ଞ ପାଇଁ ଗତକାଲି କଳସ ଯାତ୍ରାରେ ଶତାଧିକ ମହିଳା ମହାନଦୀ ତେନ୍ତୁଳି ଘାଟରୁ କଳସରେ ଜଳ ଆଣି ନାମଯଜ୍ଞ ମଣ୍ଡପରେ ସ୍ଥାପନ ପରେ ପୂଜାକାର୍ଯ୍ୟ , ଅଧିବାସ ସମ୍ପନ୍ନ ସହ ନୃସିଂହ ଚତୁର୍ଦ୍ଦଶୀରେ ଅଷ୍ଟ ପ୍ରହରୀ ନାମଯଜ୍ଞ ହୋଇଥିଲା। ନୃସିଂହ ମନ୍ଦିରର ମୂଖ୍ୟ ପୂଜକ ସରୋଜ କର ଓ ଆନନ୍ଦ ଦାଶଙ୍କ ତତ୍ତ୍ଵାବଧାନରେ ନାମଯଜ୍ଞ ସମ୍ପାଦିତ ହୋଇଥିବା ବେଳେ ଚଳିତ ବର୍ଷ ରାଜେସ୍ନା ନାଏକ ଓ ନାଗାର୍ଜୁନ ପାଣ୍ଡେ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଛନ୍ତି।ନାମ ଯଜ୍ଞରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ବହୁ ସଂକୀର୍ତ୍ତନ୍ୟ ଦଳ ସାମିଲ ହୋଇଛନ୍ତି। ଆଜି ଅପରାହ୍ନରେ ନାମଯଜ୍ଞ ମହୋତ୍ସବର ପୂର୍ଣlହୂତି ଏବଂ ସଂଧ୍ୟାରେ ସଂକୀର୍ତ୍ତନ୍ୟ ଦଳ ପକ୍ଷରୁ ବୈଠକି ଅନୁଷ୍ଠିତ ହୋଇଯାଇଛି। ନାମଯଜ୍ଞ କମିଟିର ସଭାପତି ଗୌରୀଶଙ୍କର ମହାପାତ୍ର, ସମ୍ପାଦକ ପବିତ୍ର ସାହୁ, ଉପସଭାପତି ବୃଷଭ ବୁଡ଼େକ, ସହ ସମ୍ପାଦକ ରାଜେନ୍ଦ୍ର ମିଶ୍ର, ସୀତାରାମ ମହାପାତ୍ର, ପ୍ରତାପ ମହାପାତ୍ର, କୋଷାଧ୍ୟକ୍ଷ ଯୋଗୀନ୍ଦ୍ର ମିଶ୍ର, ଆନନ୍ଦ ମିଶ୍ର, ଗିରିଧାରୀ ତରିଆ, ବୈଦ୍ୟନାଥ ସାହୁ, ସଦାନନ୍ଦ ମିଶ୍ର, ମୁନା ବାରିକ ପ୍ରମୁଖଙ୍କ ସହ ଭକ୍ତ ମାନେ ସହଯୋଗ କରିଥିଲେ। ଏହି ଅବସରରେ ଗତକାଲି ମନ୍ଦିର ପରିସରରେ ସାଧୁ ସନ୍ଥ ଙ୍କ ସହ ଆଜି ନାଗା ସାଧୁ ମାନେ ଆସିବା ସହ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ଦେଖାଯାଇଛି।