-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
12-May-2025
ରିପୋର୍ଟ: ପରମେଶ୍ୱର ମେହେର
ନୂଆପଡ଼ା/ବୋଡ଼େନ: ବୈଶାଖ ପୂର୍ଣ୍ଣିମା ଦିନ ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ର ପବିତ୍ର ତୀର୍ଥପୀଠ ପାତାଳ ଗଙ୍ଗା ଠାରେ ଅନୁଷ୍ଠିତ ହେବାକୁ ଥିବା ମେଳା ପାଇଁ ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମନ୍ଦିର ପରିଚାଳନା କମିଟି ସଦସ୍ୟ,ବିଭିନ୍ନ ରାଜନୈତିକ ଦଳର ନେତୃ ମଣ୍ଡଳୀ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର,ରାଧାକୃଷ୍ଣ ମନ୍ଦିର,ଗାୟତ୍ରୀ ମନ୍ଦିର, ଦୂର୍ଗା ମନ୍ଦିର,ଅଲେଖ ମଠ,ଗୋଣ୍ଡ ସମାଜର ବୁଢ଼ା ଦେଓ ମନ୍ଦିର,ଶିବ ମନ୍ଦିର, ହନୁମାନ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏଥିରେ ଯୋଗଦାନ କରି ସେମାନଙ୍କ ମତାମତ ରଖିଥିଲେ । ।ଜିଲ୍ଲାପାଳ ସମସ୍ତଙ୍କ ମତକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ନିମିତ୍ତ ଶାନ୍ତି ଶୃଙ୍ଖଳା, ପରିବହନ,ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ ଯୋଗାଣ,ଖାଦ୍ୟ ଓ ପରିମଳ,ସ୍ୱଚ୍ଛତା,ଗାଡ଼ି ଗୁଡ଼ିକର ସୁରକ୍ଷା, ପାର୍କିଂ ଇତ୍ୟାଦି ବିଷୟରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲମ୍ବୋଦର ନିଆଲ,ଆଇନଜୀବୀ ଯୋଗେନ୍ଦ୍ର ନାଥ ମାଝୀ, ଅତିନ୍ଦ୍ର ଜୀତସିଂ ମଲ୍ଲିକ,ରାଜୁ ମାଝୀ,ରାଜୁ ହେର୍ଣା,ମଝିଆ ମାଝୀ,ନୀଳାମ୍ବର ମେହେର,ସଞ୍ଜୁ ଅଗ୍ରୱାଲ, ତୋପ ସିଂ ମାଝୀ ପ୍ରମୁଖ ଯୋଗଦାନ କରି ନିଜ ନିଜ
ମତ ଉପସ୍ଥାପନ କରିବା ସହିତ ପାତାଳ ଗଙ୍ଗାରେ ରହିଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ।ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡିଓ କାର୍ମୀ ଓରାମ, ତହସିଲଦାର ଅନସୂୟା ବାଗଦେବୀ,ପୂର୍ତ୍ତ ବିଭାଗ ଏସ ଇ ଶଶାଙ୍କ ଶେଖର ଶୁକ୍ଳା ଓ ଏସ ଡି ଓ ଅମୋଘ ନାରାୟଣ ପଣ୍ଡା,ପୋଲିସ ଏସ ଆଇ ମଞ୍ଜୁଲତା ଖଡେଙ୍ଗା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଏ ପି ଓ ରବିନାରାୟଣ ରାଉତ,କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ ଓ ଅମରେନ୍ଦ୍ର ବିଶ୍ଵାଳ ପ୍ରମୁଖ ଯୋଗଦାନ କରିଥିଲେ । ସମସ୍ତଙ୍କ ସହଯୋଗରେ ଏଥର ପାତାଳ ଗଙ୍ଗାରେ ବୈଶାଖ ମେଳାର ଭବ୍ୟ ଆୟୋଜନ ସଫଳ ହୋଇ ପାରିବ ବୋଲି ଜିଲ୍ଲାପଳ ଆଶା ପ୍ରକାଶ କରିଛନ୍ତି।