-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
11-May-2025
ଜୟପୁର, (ପ୍ରେରଣା ଖବର) ସାରା ଓଡ଼ିଶାରେ ଗ୍ରୀଷ୍ମ କାଳରେ ରକ୍ତ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ ଓଡ଼ିଶା ରକ୍ତଦାତା ମହାସଂଘର ଆହ୍ବାନ କ୍ରମେ ପ୍ରତିମା ଅମ୍ବିକା ଟ୍ରଷ୍ଟ ଜୟପୁରଙ୍କ ଦ୍ୱାରା ବାରିଣିପୁଟ ଉଚ୍ଚ ମାଧ୍ୟମିକ ସ୍କୁଲରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ଟ୍ରଷ୍ଟର ଅଧକ୍ଷl ମମତା ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପେହେଲଗାମ ରେ ପ୍ରାଣ ହରାଇଥିବା ଅମର ଆତ୍ମା ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ।କଣ୍ଟାବାଞ୍ଜିର ଜଣାଶୁଣା ସମାଜସେବୀ ତଥା ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜେ ମଧ୍ୟ ରକ୍ତ ଦାନ କରିଥିଲେ।ପ୍ରକାଶ ଥାଉକି ଶ୍ରୀ ଦାଶ ନିର୍ଝରିଣୀ, ନିଫା ତରଫରୁ ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରି ଅଞ୍ଚଳର ରକ୍ତ ସଂକଟକୁ ଦୂର କରିବାରେ ସାହାଯ୍ୟ କରି ଆସୁଛନ୍ତି। ଟ୍ରଷ୍ଟର କାର୍ଯ୍ୟକର୍ତ୍ତାଙ୍କ ସମେତ, ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ପ୍ରମୋଦ କୁମାର ରାଉଳ ଏହି ଶିବିର ପରିଚାଳନା କରିଥିଲେ। ଓଡିଶା ବ୍ଲଡ଼ ବ୍ୟାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ କେନ୍ଦ୍ର ଟିମ୍ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ବେହେରା ସାଂପ୍ରତିକ ପରିସ୍ଥିତିରେ ପେହେଲ୍ଗ୍ରାମ ଠାରେ ଅତଙ୍କି ଗୁଳିରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ଓ ଶହିଦ ହୋଇଥିବା ଯବାନ ଓ ଅଫିସରଙ୍କ ଉଦ୍ଧେଶ୍ୟରେ ତଥା ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଜନିତ ଏମର୍ଜେନ୍ସି ସମୟରେ ରକ୍ତ ଅଭାବ ଯୋଗୁଁ କିପରି ବହୁ ମୂଲ୍ୟ ଜୀବନ ଚାଲି ଯାଇଥlଏ ତଥା ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ଏହି ରକ୍ତଦାନ ଶିବିର ଉଦ୍ଧିଷ୍ଟ ବୋଲି ପ୍ରକାଶ କରିଥିଲେ ।