-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
10-May-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଚଳିତ ରବି ରିତୁ ଧାନ ଅମଳ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯୋଗୁଁ ଆଜି ୧୦ତାରିଖ ସକାଳ ୯ଘଣ୍ଟା ଠାରୁ ହୀରାକୁଦ ଜଳସେଚିତ ବରଗଡ଼ ମୁଖ୍ୟ କେନାଲରୁ ସମସ୍ତ କେନାଳକୁ ହେଉଥିବା ଜଳଯୋଗାଣ ବନ୍ଦ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ବରଗଡ଼ ଜଳସେଚନ ବିଭାଜନ ତରଫରୁ ଗତ ୬ତାରିଖରୁ ସୂଚନା ଦିଆଯାଇଥିଲା ।ଫଳରେ ବିନିକା ଅଞ୍ଚଳର ଏନେଇ ଚାଷୀ ମହଲରେ ଚାଷ ଅମଳ କାର୍ଯ୍ୟକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା ।ଚଳିତ ରବି ଋତୁରେ ଧାନ ଅମଳ ହୋଇଥିଲେ ମଧ୍ୟ ଅଦ୍ୟାବଧି ଅଧିକାଂଶ ଚାଷ ଜମିରେ ଧାନ ବଞ୍ଚାଇବା ପାଇଁ ପାଣିର ଆବଶ୍ୟକତା ରହିଛି। ଯଦି ଏହି ସମୟରେ କେନାଲ ପାଣି ବନ୍ଦ ରୁହେ ତାହାହେଲେ ଧାନ ମରିଯିବାର ଆଶଙ୍କା ରହିଛି।ତେଣୁ ଆଜି ବିଜେପିର କାର୍ଯ୍ୟକର୍ତ୍ତା ମାନେ ପାଟଣାଗଡ ସ୍ଥିତ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ଭେଟି କେନାଲରେ ଆଉ ୩ଦିନ ପାଣି ଯୋଗାଇବା ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ।ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ସମସ୍ୟା ର ସମାଧାନ ପାଇଁ ଓ ବିଜେପି କାର୍ଯ୍ୟକର୍ତ୍ତା ଦାବି କୁ ଅଗ୍ରାଧିକାର ଦେଇ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଫୋନ ଯୋଗେ କହିବା ପରେ ପୁନର୍ବାର କେନାଲରେ ପାଣି ବୋହିବା ଆରମ୍ଭ ହୋଇଛି।ଫଳରେ କେନାଲରେ ପାଣି ସ୍ରୋତ ଦେଖିବା ପରେ ସମ୍ପ୍ରତି ବିନିକା ଅଞ୍ଚଳ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି।ଦାବିପତ୍ର ପ୍ରଦାନ ପାଇଁ ଯାଇଥିବା ବିଜେପି କାର୍ଯ୍ୟକର୍ତ୍ତା ବିଜୟ ମହାକୁର, ଅଶୋକ ପୃଷ୍ଟି,ବାବୁଲୁ ବିଶି,ଚନ୍ଦ୍ରମା ଅଗ୍ରୱାଲ,ଭୁବନେଶ୍ୱର ପାତ୍ର,ଜନାର୍ଦ୍ଦନ ଖମାରୀ,ଆକାଶ ନାୟକ ପ୍ରମୁଖ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇ ଛନ୍ତି ।