-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME   ଜିଲ୍ଲା

ବାଲିଗୁଡା ରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ: ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

06-May-2025



ବାଲିଗୁଡା(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପରେ ଯଥାରିତି ନୀତି ଅନୁଯାୟୀ ପୂଜାର୍ଚନା ସହ ଅସ୍ଥାୟୀ ପୀଠ କୁ ପ୍ରତିଷ୍ଠା କରାଯାଇ ଯାତ୍ରାରମ୍ଭ ହୋଇଛି l ଦେବୀ ଘଟ ଧାରିଣୀ ଙ୍କୁ ସଂକଳ୍ପ ଓ ବରଣ ପରେ ପ୍ରଚଳିତ ନିୟମାନୁଯାୟୀ ପ୍ରଥମେ ମା, ଦକ୍ଷିଣ କାଳୀ ଙ୍କୁ ଆବାହନ ପରେ ମା' ମହାମାୟୀ, ମା' ଡେଙ୍ଗସିଲ, ମା 'କନକଦୁର୍ଗା, ଓ ମା' ପାଟ୍ଟଖଣ୍ଡା ଠାକୁରାଣୀଙ୍କୁ ଆବାହନ କରାଯାଇଥିଲା। ମା'ଙ୍କୁ ଆବାହନ କରିବା ପାଇଁ ଫୁଲଚାଙ୍ଗୁଡ଼ି ପୂଜା ଶେଷ ହୋଇ ଠାକୁରାଣୀଙ୍କୁ ବିଳମ୍ବିତ ରାତିରେ ମା'ଙ୍କୁ ବିଭିନ୍ନ ବାଦ୍ୟ ବାଜଣାର ଶୋଭାଯାତ୍ରାରେ ସମସ୍ତ ଠାକୁରାଣୀ ଅସ୍ଥାୟୀ ପୀଠ ମା' ବରାଳ ଦେବୀ ମନ୍ଦିରକୁ ଯାଇଥିଲେ। ମଧ୍ୟାହ୍ନରେ ଅସ୍ଥାୟୀ ମଣ୍ଡପ ରୁ ସମସ୍ତ ଠାକୁରାଣୀ ମନ୍ଦିରକୁ ଯାଇ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ସହ ମା' ଙ୍କୁ ନେବା ପାଇଁ ଅନୁମତି ଭିକ୍ଷା କରିଥିଲେ । ଅନୁମତି ମିଳିବା ପରେ ସ୍ବତନ୍ତ୍ର ଭାବେ ବାଉଁଶ ପାତିଆରେ ନିର୍ମିତ ଚାଙ୍ଗୁଡ଼ିକୁ ଅଣାଯାଇ ବିଭିନ୍ନ ରଙ୍ଗରେ ସଜ୍ଜିତ କରାଯାଇ ଇଟମଳା ଫୁଲମାଳକୁ ସେଥିରେ ରଖାଯାଇଛି। ଚାଉଳ, ଗୁଆ, ହଳଦୀ ଏବଂ ଦୀପ ଲଗାଇ ଫୁଲ ଚାଙ୍ଗୁଡ଼ିକୁ ସଂକଳ୍ପ ପୂଜା କରାଯାଇଥିଲା | ଉକ୍ତ ସଂକଳ୍ପ କାର୍ଯ୍ୟକୁ ଫୁଲବାଣୀ ର ମୁଖ୍ୟ ପୂଜକ ଭାବେ ସଞ୍ଜୟ କୁମାର ଦାସ, ସନ୍ତୋଷ କୁମାର ଦାସ, ଶ୍ରୀକାନ୍ତ ପଣ୍ଡା ତୁଲାଉ ଥିବା ବେଳେ ସହଯୋଗୀ ପୂଜକ ଭାବେ ନୀଳକଣ୍ଠ ମିଶ୍ର, ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ପିତାମ୍ବର ପଣ୍ଡା ଉପସ୍ଥିତ ରହି ନିଜ ନିଜ କାର୍ଯ୍ୟକ୍ରମ ସୁଚାରୁ ରୂପେ କରୁଛନ୍ତି। ଆମନ୍ତ୍ରଣ ସମୟରେ ଦିନତମାମ ଯେଉଁ ମାନେ ଘଟ ଧରୁଛନ୍ତି, ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପବାସ ରହିଥିଲେ। ମଧ୍ୟରାତ୍ରରେ ମା 'ଙ୍କ ନିଜସ୍ୱ ପାଟ୍ଟଖଣ୍ଡା ମନ୍ଦିର ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ପୂଜାର୍ଚ୍ଚନା କରି ମା'ଙ୍କ ଆଜ୍ଞାମାଳ କୁ ଧରି ଅସ୍ଥାୟୀ ମନ୍ଦିର ଅଭିମୁଖେ ଯାତ୍ରା କରିବା ନେଇ ସିନ୍ଧାନ୍ତି ଅମୃତବେଳା ଦେଇଥିବା ଜଣାପଡିଛି। ପ୍ରତି ଦୁଇବର୍ଷକୁ ଥରେ ମା' ନଗର ପରିଭ୍ରମଣ ପାଇଁ ଆସୁଥିବା ଯୋଗୁଁ ଏହି ସମୟକୁ ସମସ୍ତେ ଅପେକ୍ଷା କରିଥାନ୍ତି | ଏତଦ୍‍ବ୍ୟତୀତ ମା 'ଙ୍କ ନିଜସ୍ବ ମନ୍ଦିରରେ ମଧ୍ୟ ସେବକ ମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଆଜି ଦିନତମାମ ମା'ଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିବା ବେଳେ ସଂଧ୍ୟାରେ ବାଳଭୋଗ ଓ ସଂଧ୍ୟାଆଳତି କରାଯାଇଥିଲା। ଚାରିଦିଗ ଦଶଦିଗପାଳ ପୂଜା ପରେ ମା'ଙ୍କ ଅନ୍ନ ଭୋଗ ପୂଜା କରାଯାଇ କିଛି ସମୟ ବିଶ୍ରାମ ପରେ ପୁଣି ମା'ଙ୍କୁ ଭୋଗ ଅର୍ପଣ କରି ବେଶପଟୁଆର ଆରମ୍ଭ ହୋଇଥାଏ l ଏହି ଯାତ୍ରା ରେ ବାଲିଗୁଡା ଏସଡ଼ିପିଓ ରାମେନ୍ଦ୍ର ପ୍ରସାଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଥାନା ଅଧିକାରୀଙ୍କ ସମେତ ପୁଲିସ କର୍ମଚାରୀ, ଗୃହରକ୍ଷୀ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ସଂଧ୍ୟାରେ ଯାତ୍ରାଞ୍ଚଳର ସମସ୍ତ ସାହିର ରାସ୍ତା ସଫା କରିବା ସହ ପାଣି ସିଞ୍ଚନ କରାଯାଇ ଝୋଟି, କୁମ୍ଭକଳସ ଓ ଦୀପ ସଜାଯାଇଛି। ମା'ଙ୍କ ସ୍ଥାୟୀ ମନ୍ଦିର ସମେତ ଅସ୍ଥାୟୀମଣ୍ଡପ ରଙ୍ଗବେରଙ୍ଗ ପୁଷ୍ପରେ ସଜ୍ଜିତ କରାଯାଇଛି ମା'ଙ୍କ ଆଗମନକୁ ସହରବାସୀ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ସମସ୍ତଙ୍କ ନଜର କେତେବେଳେ ମା'ଙ୍କ ମସ୍ତକରୁ ଆଜ୍ଞାମାଳ ଖସିବ ତା'କୁ ଚାହିଁ ରହିଛନ୍ତି l ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖରେ ଶେଷ ହେବ l ଏକ ମାସ ବ୍ୟାପୀ ମା' ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ସମଗ୍ର ବାଲିଗୁଡା ସହର ଉତ୍ସବ ମୁଖର ହୋଇଉଠିଛି। ଏଥି ସହ ଠାକୁରାଣୀଙ୍କ ନଗର ଭ୍ରମଣ ଖସଡା ମଧ୍ଯ ପ୍ରସ୍ତୁତ ହୋଇ ସାରିଛି । ବିଭିନ୍ନ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ଠାକୁରାଣୀ ଯାତ୍ରା କାଳରେ ଟାଉନ ର ନୀଳଗିରୀ ଫାର୍ମ ନିକଟ ଯାତ୍ରା ପଡିଆ ରେ ଅପେରା, ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା'ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାଯାଇଛି। ଏଥିରେ ମା 'ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧକ୍ଷ ଅଶୋକ କୁମାର ସାହୁ ଏବଂ  ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିଚାଳନା କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like