-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||     

HOME   ଜିଲ୍ଲା

ଦେଶର ଜାଗ୍ରତ ପ୍ରହରୀ ସାମ୍ବାଦିକ, ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ପାଳିତ

03-May-2025



(ଚିନ୍ତାମଣି ନାଏକ)
 ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମ। ଯଦିଓ ଭାରତୀୟ ଗଣତନ୍ତ୍ରରେ ସମ୍ବିଧାନରେ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ଭାବରେ କୌଣସି ଲିଖିତ ଦସ୍ତାବେଜ ନାହିଁ, ତେବେ ୧୪୦ କୋଟି ଭାରତୀୟ ନାଗରିକ ସେମାନଙ୍କ ହୃଦୟରେ ଗଣ ମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭର ମାନ୍ୟତା ଦେଇଛନ୍ତି ଓ ସେତିକି  ଭରସା କରୁଛନ୍ତି ଓ ଦେଶ ନିର୍ମାଣରେ ଗଣମାଧ୍ୟମର ଭୂମିକାକୁ ସବୁବେଳେ ପ୍ରଶଂସା କରୁଛନ୍ତି ବୋଲି ଆଜି ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ଇନ୍ ଠାରେ କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ଵାଧୀନତା ଦିବସ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବରିଷ୍ଠ ସାମ୍ୱାଦିକ ଉମା ଶଙ୍କର କର ମୁଖ୍ୟବକ୍ତା ଓ ସମ୍ମାନିତ ଅଥିତି ଭାବରେ ପଦ୍ମଶ୍ରୀ ପଟ୍ଟାୟଟ ସାହୁ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶାନ୍ତନୁ କୁମାର ବେହେରା, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସମଗ୍ର ବିଶ୍ଵରେ ସମ୍ବାଦ ସଂଗ୍ରହ ଓ ପରିବେଷଣ ସମୟରେ ଯୁଦ୍ଧ କିମ୍ବା ଆତଙ୍କବାଦୀ ଆକ୍ରମଣ ରେ ଶହୀଦ ହୋଇଥିବା ଦିବଙ୍ଗତ ସାମ୍ବାଦିକ ମାନଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କଳାହାଣ୍ଡିର ସାମ୍ବାଦିକ ଭାଇ ମାନଙ୍କ ପାଇଁ ସହରରେ ଏକ ସାମ୍ବାଦିକ ଭବନ ନିର୍ମାଣ ନିମନ୍ତେ ମୁଖ୍ୟ ଅତିଥି ସାଂସଦ ମାଳବିକା ଦେବୀ ସାଂସଦ ଅନୁଦାନ ପାଣ୍ଠିରୁ ଦୁଇ ବର୍ଷରେ ୨୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ସେହିପରି ଧର୍ମଗଡ ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସାମ୍ବାଦିକ ଭବନ ନିମନ୍ତେ ସରକାରୀ ଜମି ଲିଜ ପ୍ରିମିୟମ ପୈଠ ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ତଥା ମସିହାର ସମ୍ପାଦକ ସୁନୀଲ ଚନ୍ଦ୍ର ନାୟକଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ଓ ଓଟିଭି ସାମ୍ବାଦିକ  ଧର୍ମଗଡ ଇଙ୍ଗିତ କୁମାର ପଣ୍ଡାଙ୍କୁ ସାମ୍ବାଦିକ ସୌରଭ ସମ୍ମାନ ପ୍ରଦାନ କରାଯାଇଥିଲା। କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘର ସଭାପତି ରଜନୀକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁବ ସାମ୍ବାଦିକ ଚନ୍ଦ୍ରାଂଶୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ତାପସ ମହାନ୍ତି, ଅମରେଶ ପାଢୀ, ଚିତ୍ତ ବିଶି, ଦୀପକ ସାହୁ, ଶିବ ନାଏକ, ହେମନ୍ତ ରାୟ, ବିଜୟ ଦାସ, ଅମିୟ ସାହୁ, ଭାରତ ବିଶି ଓ ଉମେଶ ଦୋରା  ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। କଳାହାଣ୍ଡି ଓକିଲ ସଂଘ ସଭାପତି ସୁଧାଂଶୁ ନନ୍ଦ, ଅମଲା ସଂଘର ରୂପ କେଶରୀ ଦଳେଇ, ଅନ୍ତୋଦୟର ଦିଲ୍ଲୀପ ଦାଶ, ବିଶିଷ୍ଠ ଶିକ୍ଷାବିତ୍ ଡ଼ ଅଜୟ ମିଶ୍ର, ଛାତ୍ରନେତା ଅବିନାଶ ଠାକୁର, ବ୍ରାହ୍ମଣ ସମାଜ ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ବରିଷ୍ଠ ଆଇନଜୀବି ଛବିଲାଲ ନିଆଲ୍, ଯୁବନେତା ପ୍ରଦୀପ ଦାଶ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ବହୁ ସାମ୍ବାଦିକ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026

You Might Also Like