-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
03-May-2025
ବଲାଙ୍ଗୀର (ପ୍ରେରଣା ଖବର): ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ତରଫରୁ ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତାରେ ସଫଳତା ପାଇଥିବା ପ୍ରିୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଶିଷ୍ଟ ଶିକ୍ଷାବିତ ଗଜମଣି ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତାରେ ବଲାଙ୍ଗୀର ମାଟିର ପୁଅ ପ୍ରିୟବ୍ରତ ନାଗ ଓଡ଼ିଶା ଦଳ ପକ୍ଷରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜୁନିଅର ବର୍ଗରେ ଓଡ଼ିଶା ଦଳ ବିଜୟୀ ହୋଇଥିବାରୁ ପ୍ରିୟବ୍ରତ ନାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ନବିନ କୁଅଁର, ସାମ୍ବାଦିକ ଗୋପାଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଥିସ଼ହ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ପ୍ରିୟବ୍ରତ ନାଗଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରାଯାଇ ତାଙ୍କୁ ସମସ୍ତେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।