-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
03-May-2025
କୁଚିଣ୍ଡା(ସିଲୁ ସୁନାନୀ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ କପଡା ଦୋକାନ ଯାହାକି କୁଚିଣ୍ଡା ସହରର ସବୁଠାରୁ ବଡ଼ କପଡା ଦୋକାନ କ୍ୱାଲିଟି କଲେକ୍ସନ ର ୩ୟ ମହଲରେ ତଥା ଶେଷ ମହଲାରେ ଭୟଙ୍କର ଭାବରେ ଲାଗିଲା ନିଆଁ, ହୁ ହୁ ହୋଇ ଜଳୁଛି ପୁରା ମହଲ । ସୂଚନା ଅନୁସାରେ ଆଜି ସକାଳେ ପାଖାପାଖି ୭.୩୦ ରେ ନିଆଁ ଲାଗିଥିବାର ଜାଣିବାକୁ ପାଇଥିଲେ,ପାଖ ଦୋକାନୀ ମାନଙ୍କ ଏବଂ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଇଲେକ୍ଟ୍ରି ସଟ୍ ସର୍କିଟ ଦ୍ୱାରା ଏଭଳି
ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି, କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ମିଲିପାରି ନାହିଁ। କ୍ୱାଲିଟି କଲେକ୍ସନ ର ଉପର ମହଲା ଲାଗି ଏଭଳି ଅନେକ ଦୁକାନ ଲାଗିରହିଥିବା ବେଳେ ଦୁକାନୀ ଭାଇମାନଙ୍କ ସହିତ ଅଗ୍ନିଶମ ବିଭାଗ ଆସି ନିଆଁ ଆୟତ୍ତ
କରିବାରେ ଲାଗିପଡିଥିଲା ।ଏପରିକି କୁଚିଣ୍ଡା ଉପଖଣ୍ଡରେ ଥିବା ବାମରା,ଜମନକିରା ଏବଂ ପଡୋଶୀ ଜିଲ୍ଲା ଝାରସୁଗୁଡ଼ା ରୁ ମଧ୍ୟ ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ୍ତ କରିବାରେ ସମ୍ପୁର୍ଣ୍ଣ ଭାବେ ଲାଗି ପଡ଼ିଥିଲେ। ସୂଚନା ଅନୁସାରେ ଏତେ ମାତ୍ରାରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ କାହାରି କୈାଣସି ପ୍ରକାରର ଶାରୀରିକ ଆଘାତ ହୋଇଥିବା ଜଣା ପଡ଼ିନାହିଁ, କିନ୍ତୁ ଦୋକାନ ର କୋଟି କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଥିଲେ।