ରାୟଗଡାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
01-May-2025
ରାୟଗଡ଼ା (ସୁପ୍ରିୟା ଷଡଙ୍ଗୀ): ଆଜି ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଦେଇ ବାଇପାସ୍ ଛକ ନାଗଭୂଷଣ ପଟ୍ଟନାୟକଙ୍କୁ ମୋଟର କର୍ମଚାରୀ ସଂଘ ର ସଭାପତି ଫଣୀଭୁଷଣ ପଟ୍ଟନାୟକ ଓ ତ୍ରିପତି ଗମାଙ୍ଗ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଲନ କରା ଯାଇଛି। ମେ ୦୧ତାରିଖ ଦିନ ଆମେରିକା ର ଚିକାଗୋ ସହରରେ ୧୮୮୬ ମସିହାରେ ୮ଘଣ୍ଟା ଶ୍ରମ ଆଇନ ନେଇ ଲଡେଇ ରେ ଶ୍ରମିକ ମାନଙ୍କ ୮ ଘଣ୍ଟା ଶ୍ରମ ଆଇନ କରାଯାଇଛି। ୪ ଟି ଶ୍ରମ ଆଇନ ବାତିଲ କରିବା, ଘରୋଇକରଣ ବନ୍ଦ କରିବା, କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା, ଓପିଏସ୍ କୁ ଲାଗୁ କରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା, ତିନୋଟି ଅପରାଧୀକ କଳା ଆଇନ ବାତିଲ କରିବା, କର୍ପୋରେଟ ଲୁଟ ବଦଂ କରିବା, ଶ୍ରମିକ ମାନଙ୍କୁ ମାସିକ ୨୬ହଜାର ଟଙ୍କା ଓ ପେନସନ ୧୫ ହଜାର ଟଙ୍କା ପ୍ରଦାନ କରିବା ନେଇ ଫଂଣିଭୁଷଣ ପଟ୍ଟନାୟକ ଦାବି କରିଥିଲେ।