-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
01-May-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଆଜି ବରଗଡ଼ ଦାଶ ପଡା ସ୍ଥିତ, ଦlଶପଡା ପ୍ରାଥମିକ ବିଦ୍ୟାଳୟ ର ଶୁଭ ଉଦଘାଟନ ସମାରୋହ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଥିଲେ ଯେ ରାଜନୈତିକ ସ୍ୱାର୍ଥ ଯୋଗୁଁ ଦୀର୍ଘ ସାତ ବର୍ଷକାଳ ଉକ୍ତ ସ୍କୁଲ ଜରାଜୀନ୍ନ ଅବସ୍ଥା ରେ ପଡ଼ି ରହି କୋମଳମତି ଶିଶୁ ବିଦ୍ୟାର୍ଥୀ ମାନଙ୍କପ୍ରତି କୋଠାର ଘାତ ସଦୃଶ ହୋଇଥିଲା l ତେବେ ପଡାବାସୀ ଙ୍କ ଅନବରତ ପ୍ରୟାସ ତଥା ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ହସ୍ତକ୍ଷେପ ଦ୍ୱାରା ତିନି ମାସ ଭିତରେ ଆଇ ଓ ସି ଏଲ ଦ୍ୱାରା ନିର୍ମିତ ତିନି କୋଠା ବିଶିଷ୍ଟ ସ୍କୁଲ ଗୃହ ଉଦଘାଟନ ହୋଇପାରିଥିବାରୁ ଦାଶ ପଡlବାସୀ ବେଶ ଆନନ୍ଦିତ ଓ ଉତ୍ସାହିତ l
ଜିଲ୍ଲା ଉପ ଶିକ୍ଷା ଅଧିକାରୀ ଶ୍ରୀ ବିନୟ ପ୍ରକାଶ ସହାୟ,
ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଶିକ୍ଷୟତ୍ରୀ ସଂଯୁକ୍ତା ପ୍ରଧାନ, ଶିକ୍ଷୟତ୍ରୀ ସୁଜାତା ମୁଦୁଲି, ଦିବ୍ୟାସିନୀ ମେହେର, ସୁଜିତ ବେହେରା, ପ୍ରମୋଦ ମହାପାତ୍ର, ନୀଳାମ୍ବର ଦାଶ, ଆନନ୍ଦ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ l