-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
01-May-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ବିଭିନ୍ନ ଶ୍ରମ ସଂଗଠନ ପକ୍ଷରୁ ଉଭୟ ଶ୍ରମଜୀବୀ ଓ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ କ୍ଷେତ୍ରରେ ସୁସ୍ଥତା ଓ ନିରାପତ୍ତା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ଆଲୋଚନା ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଟାଉନହଲଠାରେ ଆଞ୍ଚଳିକ ଶ୍ରମ ଆୟୁକ୍ତ ଡିଲେଶ୍ୱର ଖାଖାଙ୍କ ପରିଚାଳନାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହରେ ମାନନୀୟା ସାଂସଦ ବଲାଙ୍ଗୀର ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନେ ହିଁ ସମାଜ ଗଠନର ଆଧାର ବୋଲି କହିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କ କଲ୍ୟାଣ ପାଇଁ କରାଯାଉଥିବା ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେ ଏହି ଅବସରରେ ଯୋଜନା ସବୁର ବିଶେଷ ଲାଭ ନେବାକୁ ଜିଲ୍ଲାର ସମସ୍ତ ଶ୍ରମଜୀବୀ ତଥା ଶ୍ରମିକ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ,ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ସୋନପୁର ତାମସୀ ତମସ୍ମିତା ନାଏକ, ସୋନପୁର ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତି ଅଧକ୍ଷ ତଥା ଶ୍ରମିକ ନେତା ଗୋବିନ୍ଦ ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ଶ୍ରମ ଅଧିକାରୀ ସ୍ପିନିତା କୁମାରୀ ଦେବୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେଶ ନିର୍ମାଣ ଏବଂ ବିକାଶରେ ନିୟୋଜିତ ଶ୍ରମିକଙ୍କ ନିରବଛିନ୍ନ ଭୂମିକା ଉପରେ ଆଲୋକପାତ କରି କୌଣସି ଜଣେ ମଧ୍ୟ ଯୋଗ୍ୟ ଶ୍ରମ ହିତାଧିକାରୀ ଯେପରି ଯୋଜନାରୁ ବାଦ ନ ରହିବେ ତା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ଅତିଥିବୃନ୍ଦ ଜିଲ୍ଲାର ୬୦୬ଜଣ ବିଭିନ୍ନ ପଞ୍ଜିକୃତ ଅଣସଂଗଠିତ ତଥା ନିର୍ମାଣ ଶ୍ରମିକଙ୍କୁ ଶିକ୍ଷା,ବିବାହ ଓ ମୃତ୍ୟକାଳୀନ ସହାୟତା ଯୋଜନାରେ ୩କୋଟି ୪ଲକ୍ଷ ୭ହଜାର ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଓ ନିର୍ମାଣ ଉପକରଣ ବଣ୍ଟନ କରିଥିଲେ । ସମାରୋହରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲ୍ଲା ଶ୍ରମ ବିଭାଗ କର୍ମଚାରୀ, ସାମ୍ବାଦିକ, ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ପ୍ରମୁଖ ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର କୋଣ ଅନୁକୋଣରୁ ଶ୍ରମିକ ଏବଂ ବିଭିନ୍ନ ଶ୍ରମିକ ସଂଘର କର୍ମକର୍ତା ଯୋଗଦାନ କରିଥିଲେ।ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମଜୀବୀ ମାନେ ବେଶ ଉତ୍ସାହିତ ଥିଲେ।