-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
26-Apr-2025
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଯୋର ନୂତନ କୁଞ୍ଜ ମଣ୍ଡପରେ ଅନୁଷ୍ଠିତ ୨୪ ପ୍ରହର ନାମଯଜ୍ଞ ଗୁରୁବାର ସକାଳ ୯ଘଟିକାରେ ପୁନଃଶ୍ଚରଣ ହୋଇଯାଇଛି। କୁଲୁତାଯୋର ଶ୍ରୀରାମ ନବମୀ ବ୍ରତ ଓ ପାରାୟଣ ଉତ୍ସବ ସଂକଳ୍ପର ୧୪ ବର୍ଷ ପୂର୍ତ୍ତୀ ଅବସରରେ ବ୍ରତାଧାରୀ ଓ ଗ୍ରାମବାସୀଙ୍କ ସହଯୋଗରେ ୨୪ ପ୍ରହର ନାମଯଜ୍ଞ ଗତ ସୋମବାର ଦିନଠାରୁ ଆରମ୍ଭ ହୋଇଥିଲା। ଉକ୍ତ ନାମଯଜ୍ଞରେ ପ୍ରାୟ ୩୦ଟି ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ନାମଯଜ୍ଞରେ ଯଜ୍ଞାଚାର୍ଯ୍ୟ ପଣ୍ଡିତ ଜିତେନ୍ଦ୍ର ପାଣିଗ୍ରାହୀ, ବିମ୍ବାଧର ପଣ୍ଡା ଓ ଗଜେନ୍ଦ୍ର ପାଣିଗ୍ରାହୀ ପୂଜା କାର୍ଯ୍ୟ ତୁଲାଇଥିବା ସ୍ଥଳେ ଉପେନ୍ଦ୍ର ମାଝୀ ଓ ପତ୍ନୀ ପୀର ମାଝୀ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ସେହିପରି ପୂଝାରୀ ଭାବେ ଲଳିତ ଥନାପତି ଅତିଥି ଅଭ୍ୟର୍ଥନା ଏବଂ ଗ୍ରାମବାସୀ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲା l