-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Apr-2025
ତୁଷୁରା/ଗୁଡଭେଲା(ପଞ୍ଚାନନ ନାଏକ): ଗୁଡଭେଲା ବ୍ଲକ୍ ସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ "ନିଷ୍ଠା" (ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ୨୦୨୪-୨୫) ତାଲିମ ଉଦ୍ଯାପିତ ହୋଇ ଯାଇଛି। ଏପ୍ରିଲ ୨୧ ରୁ ଆରମ୍ଭ ହୋଇ ୨୫ ତାରିଖ ତାଲିମ ଶେଷ ହୋଇଛି। ରମେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ବିପିନ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ସିଆର୍ସିସି ଜଗମୋହନ ତ୍ରିପାଠୀ ଯୋଗ ଦେଇଥିଲେ। ବ୍ଲକ୍ ର ୩୫ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ସାଧନକର୍ମୀ ଭାବେ ଅଭୟ କୁମାର ମିଶ୍ର, ମନୋରଞ୍ଜନ ଭୋଇ, ରମେଶ ଚନ୍ଦ୍ର ଭୋଇ, ସୁରେନ୍ଦ୍ର ନାଥ ଶାମଲ ଓ ଜୁଲ ଫିକର ଖାନ୍ ପ୍ରଶିକ୍ଷଣ ଦେଇଥିଲେ। ଚତୁର୍ଥ ଦିବସରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିଷ୍ଠା ମୋଡୁଲ୍ ବଣ୍ଟନ କରା ଯାଇଥିଲା। ତାଲିମରେ ବିଆର୍ଟି ଅଶୋକ କୁମାର ଶାମଲ ଓ ସ୍ଥାନୀୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।