-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
26-Apr-2025
ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହର ଠାରେ ଛୁରା ମାଛୁରା ମାଡରେ ଜଣେ ଗୁରୁତର ଜଣେ ଆହତ l ଡୁଙ୍ଗୁରିପାଳି ସହର ଅମ୍ବରିପଡ଼ାର ଗୋପଲଜି ମେହେରଙ୍କୁ ଛୁରା ମାଡରେ ଗୁରୁତର ହୋଇଥିବା ବେଳେ ପ୍ରମୋଦ ମେହେରଙ୍କୁ କାଡ ଫାଳିଆରେ ମାଡ ମରିବା ସହ ଛୁରା ମାଡ କରିଛନ୍ତି l ଗୋପାଳଜି ମେହେର ଓ ପ୍ରମୋଦ ମେହେର ବାଇକରେ ଗାଧେଇବାକୁ ଯିବା ସମୟରେ ପାଞ୍ଚ ଜଣ ଯୁବକ ଆସି ଗୋପାଳଜି ମେହେରଙ୍କୁ ଅତର୍କିତ ଭାବେ ଛୁରା ମାଡ଼ କରିଥିଲେ l ପ୍ରମୋଦ ମେହେର ଛଡାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ କାଠ ଫଳିଆରେ ମାଡ଼ ମାରିବା ସହ ଛୁରା ମାଡ କରି ଫେରାର ମାରିଛନ୍ତି l ଗୋପଲଜି ମେହରଙ୍କ ଅବସ୍ଥା ଗୁରୁତର ଥିବାରୁ ଡୁଙ୍ଗୁରିପାଳି ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି l