-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
24-Apr-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଚଳନ୍ତା ଗାଡିରୁ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ l ଗତକାଲି ବୁଧବାର ସନ୍ଧ୍ୟା ପ୍ରାୟ ୭.୩୦ ବେଳେ ଶାନ୍ତ ପ୍ରିୟ ସୋନପୁର ସହରର ବାଳିକା ବିଦ୍ୟାଳୟ ଛକ ନିକଟ ରେ ଘଟିଛି ଅଭାବନୀୟ ଘଟଣା। ଏକ ବାଇକ ରେ ସ୍ଵାମୀ, ସ୍ତ୍ରୀ ଓ ତାଙ୍କ ଝିଅ ସମଲେଶ୍ଵରୀ ମନ୍ଦିରରୁ ବାଳିକା ବିଦ୍ୟାଳୟ ଛକ ରାସ୍ତା ରେ ଥିବା ହମ୍ପସ ଠାରେ ଗାଡି ବେଗ କଲା ବେଳେ ଏହାର ସୁଯୋଗ ନେଇ ପଛପଟୁ ଏକ ନାଲି ରଙ୍ଗର ବାଇକ୍ ରେ ଆସୁଥିବା ଦୁଇ ଜଣ ହେଲମେଟ ପିନ୍ଧା ଦୃର୍ବୁତ୍ତ ମହିଳା ଙ୍କ ବେକରୁ ଚେନ ଝାମ୍ପି ନେଇଥିଲେ। ପରେ ସେମାନେ ପୁରୁଣା ଥାନା ସାମନା ପୋଷ୍ଟ ଅଫିସ ଗଳି ଦେଇ କସ୍ତୁରୀ ହୋଟେଲ ଛକ ଘୋଡ଼ାଘାଟପଡା ଛକ ଦେଇ ଫେରାର ମାରିଥିଲେ। ଦୁର୍ବୃତ୍ତ ମାନେ ଘାଟଣା ଘଟାଇବା ପରେ ବହୁତ ସ୍ପିଡ୍ ରେ ଯିବା ବେଳେ ପୋଷ୍ଟ ଅଫିସ ଗଳିରେ ଦୁଇଜଣ ଛୋଟ ଛୁଆ ଙ୍କୁ ମଧ୍ଯ ସାମାନ୍ୟ ଧକ୍କା ଦେଇ ଥିବା ଦେଖଣାହାରି ପ୍ରକାଶ କରିଛନ୍ତି। ସେପଟେ ସହରରେ ବାରମ୍ବାର ସର୍ଭେ ପରେ ମଧ୍ଯ ଗୁରୁତ୍ୱପୂର୍ଣ୍ଣ ଛକ ରେ କେମେରା ଲାଗି ପାରୁ ନ ଥିବାରୁ ଜନ ସାଧାରଣ ରେ ବ୍ୟାପକ ଜନ ଅସନ୍ତୋଷ ଦେଖା ଦେଇଛି।