-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଜିଲ୍ଲା

ପେହେଲଗାମ ନରସଂହାର ଘଟଣାକୁ ବ୍ରାହ୍ମଣସମାଜ ଓ ହିନ୍ଦୁଏକତା ମଞ୍ଚର ତୀବ୍ରନିନ୍ଦା

24-Apr-2025



ମୃତକଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣସମାଜର ସାମୁହିକ ଦୀପଦାନ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୁଏକତା ଞ୍ଚର ପ୍ରତିବାଦ ସଭା

ବଲାଙ୍ଗୀର(ପ୍ରେରଣା ଖବର): ଗତ ୨୨ ତାରିଖରେ ଜାମୁକାଶ୍ମିରର ପେହେଲଗାମଠାରେ ପାକିସ୍ଥାନୀ ଆତଙ୍କବାଦୀ ଙ୍କ ଆକ୍ରମଣରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଏଭଳି ବର୍ବର ନରସଂହାରକୁ ବିଭିନ୍ନସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ସମାଜ ଓ ହିନ୍ଦୁ ଏକତାଞ୍ଚ ଏହି ଘଟଣାକୁ ଆତଙ୍କବାଦୀଙ୍କ ହୀନ ମାନସିକତା ବୋଲି ଅଭିହିତ କରି ନିନ୍ଦା କରାଯିବା ସହ ଭାରତସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ବୁଧବାର ସଂଧ୍ୟାରେ ବ୍ରହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ 

ରୁଗୁଡିପଡା ଛକଠାରେ ପେହେଲଗାମରେ ମୃତ୍ୟୁବରଣ କରିଥିବା ଅମରଆତ୍ମାଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରାଯାଇ ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠ କରାଯାଇଥିଲା। ଜିଲ୍ଲା ବ୍ରାହ୍ମଣ ସମାଜର ସଂପାଦକ ଏଡଭୋକେଟ ଜୟରାମ ମିଶ୍ର, ସୁଧିର ଚାନ୍ଦ, କିଶୋର ପୁରୋହିତ, ସୁଧିର ତ୍ରୀପାଠୀ, ନରେନ୍ଦ୍ର ଆଚାର୍ଯ୍ୟ, କସ୍ତୁରୀ ରଥ, ରଂଜନ ତ୍ରୀପାଠୀ, ବିଧୁଭୁଷଣ ତ୍ରୀପାଠୀ, କାହ୍ନା ଶତପଥିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ଥିଲେ । ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଧର୍ମପଚାରି ତଥା ବସ୍ତ୍ରଖୋଲି ଧର୍ମଯାଞ୍ଚ କରି ହତ୍ୟାକରିବା ଘଟଣାକୁ ସମସ୍ତେ ତୀବ୍ରନିନ୍ଦା କରିଥିଲେ । ପାକିସ୍ଥାନୀ ଜେହାଦି ଆତଙ୍କବାଦୀଙ୍କ ଏଭଳି ବର୍ବରତାକୁ ଭାରତ କେବେ ମଧ୍ୟ ବରଦାସ୍ତ ନକରି ପାକିସ୍ଥାନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇ ଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର ସୌମ୍ୟରଂଜନ ମିଶ୍ର, ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସୋମନାଥ ମିଶ୍ର, ସନ୍ତୋଷ ପଧାନ, କମ୍ବୁପାଣି ପୂଜାରୀ, ବିଶ୍ୱମୟ ପୂଜାରୀ,ଜିତୁ ଦାସ ପ୍ରମୁଖଙ୍କ ସହିତ

ଶତାଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।
  ସେହିପରି ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ପେହେଲଗାମର ଆତଙ୍କି ଆକ୍ରମଣକୁ ପ୍ରତିବାଦ କରାଯାଇଥିଲା । ଆଜି ହିନ୍ଦୁତ୍ୱ ଉପରେ ଆକ୍ରମଣ ହୋଇଛି । ହିନ୍ଦୁଧର୍ମ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇ ବିଭିନ୍ନ ସ୍ଥାନରେ ହତ୍ୟା କରାଯାଉଛି । ମୁଖ୍ୟତଃ କାଶ୍ମିରରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇ ହତ୍ୟାକରାଯାଉଥିବାରୁ ଏହାକୁ ତୀବ୍ରସମାଲୋଚନା କରାଯାଇ ଦୃଢନିନ୍ଦା କରାଯାଇଥିଲା । ହିନ୍ଦୁଙ୍କ ସୁରକ୍ଷା ପାଇଁ ହିନ୍ଦୁମାନେ ସମସ୍ତେ ଏକ ହେବାକୁ ଆହ୍ୱାନ ଦିଆଯାଇଥିଲା । ପୂର୍ବରୁ କାଶ୍ମିରରେ ହିନ୍ଦୁଙ୍କୁ ନରସଂହାର କରାଯାଇଥିଲା । ସେଥିପାଇଁ ଅନେକ ହିନ୍ଦୁ କାଶ୍ମିର ଛାଡିଥିଲେ । ଏବେ ଆଗକୁ ଅମରନାଥ ଯାତ୍ରା, ବୈଷ୍ଣୋଦେବୀ ଯାତ୍ରାକୁ ପ୍ରତିହତ କରିବାକୁ ପାକିସ୍ଥାନର ମୁସଲିମ ଆତଙ୍କବାଦୀ ସଂଗଠନ ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ବକ୍ତାଗଣ ମତ ଦେଇଥିଲେ । ସେଥିପାଇଁ ଭାରତ ସରକାର ଆତଙ୍କବାଦୀଙ୍କ ପ୍ରତି କଠୋର ମନୋବୃତ୍ତି ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରାଯାଇ ଥିଲା । ହିନ୍ଦୁଜାଗରଣ ମଞ୍ଚର ସୁବ୍ରତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମପ୍ରାନ୍ତ ପ୍ରମୁଖ ଦତ୍ତାନନ୍ଦ ପଣ୍ଡା,ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ରଂଜିତା ପାଣିଗ୍ରାହୀ,ବରିଷ୍ଠ ନାଗରିକ ମଞ୍ଚର ପ୍ରଭାକର ମିଶ୍ର, ପବିତ୍ର କୁମାର ଦାସ, ଉମାଶଙ୍କର ସାହୁ, ଶଙ୍କର ଅଗ୍ରୱାଲ, ଶଶୀଭୂଷଣ ପୁରୋହିତ, କିଶୋର ପୁରୋହିତ, ସଂଜୟ କୁମାର ପୁରୋହିତ, ସୌମ୍ୟରଂଜନ ମିଶ୍ର, କସ୍ତୁରୀ ରଥ, ଦିଲିପ ମିଶ୍ର, ଯତୀନ୍ଦ୍ରମୋହନ ପାଠୀ ପ୍ରମୁଖ ଆତଙ୍କି ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like