-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Apr-2025
ବଲାଙ୍ଗିର- ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀରେ ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି । ଜାତୀୟ କରାଟେ କୋଚ ତଥା ଜିଲ୍ଲା କରାଟେ ଅର୍ଗାନାଇଜେସନ ର ସାଧାରଣ ସଂପାଦକ ଅସୀମ କୁମାର ଭୋଇ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଫରେଷ୍ଟ ରେଞ୍ଜ ଅଫିସର ନବୀନ ପଣ୍ଡା ଓ ସମ୍ମାନୀୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା
ଯୋଗଦାନ ଦେଇଥିଲେ । ଏହି ଅନୁଷ୍ଠାନ କେବଳ କରାଟେ, ଟାଇକଣ୍ଡୋ, ଆତ୍ମରକ୍ଷା କୌଶଳ ଓ ଶିକ୍ଷଣ ରେ ସୀମିତ ନ ରହି ପରିବେଶ ପାଇଁ କାମ କରୁଥିବାରୁ ମୁଖ୍ୟ ଅତିଥି ଏହି
ଅନୁଷ୍ଠାନ କୁ ପ୍ରଶଂସା କରିଛନ୍ତି । ପୃଥିବୀର ତାପମାତ୍ରା କମାଇବା ପାଇଁ ଆଜି ଦିନରେ ସମସ୍ତେ ନିଜ ଘରେ ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇବା ଉଚିତ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏ ଅବସରରେ ଅତିଥିଗଣ ସମସ୍ତ ଛାତ୍ର ଛାତ୍ରୀଙ୍କୁ ବୃକ୍ଷ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅର୍ଚ୍ଚନା ବିଶି ପରିଚାଳନା କରୁଥିବା ବେଳେ ଅନାୟା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।