-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
19-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଆଧାରରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଶୈକ୍ଷିକ ବିକାଶ ନିମନ୍ତେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଜେପୁର ଠାରେ ତ୍ରିଦିବସୀୟ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ଯ କାର୍ଯ୍ୟଶାଳା ଉଦ୍ଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନନୀୟ ଡ.ପ୍ରଦୀପ କୁମାର ସାହୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷା ବିକାଶ ସମିତିର ପୂର୍ବତନ ଉପସଭାପତି, ଶତାବ୍ଦୀର ପଞ୍ଚ ପରିବର୍ତ୍ତନର କ୍ରିୟାନ୍ବୟନରେ ଆମର ଭୂମିକା ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ ଅତିଥି ପରିଚୟ କରିଥିଲେ । ବରଗଡ଼ ଜିଲ୍ଲା ବିଭାଗ ନିରୀକ୍ଷକ ମାନନୀୟ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ଥନାପତିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କାର୍ଯ୍ୟଶାଳାଟି ପରିଚାଳିତ ହେବ । ଏହି କାର୍ଯ୍ୟକ୍ରମରେ ୮ ଟି ବିଦ୍ୟାଳୟର ୧୧୯ ଜଣ ଗୁରୁଜୀ ଗୁରୁମା ଉପସ୍ଥିତ ରହିଛନ୍ତି । ବିଦ୍ୟାଳୟର ସଂପାଦକ ଡାକ୍ତର ସୁଦାମ ଚରଣ ପଧାନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଶିକ୍ଷାରେ ସାମାଜିକ ସଂସ୍କାର ଆଣିବା ପାଇଁ ଗୁରୁତ୍ବ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।