-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
18-Apr-2025
ତା,୧୮/୪(ପ୍ରେରଣା ଖବର): ଆଗଲପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳି ଗାଁ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ର ଆଦର୍ଶ ଶିକ୍ଷକ ଚନ୍ଦ୍ର ଶେଖର ସାହୁ ଙ୍କ ଉଦ୍ଦେଶ୍ୟରେ ସିଂହଯୁରୀ କଣ୍ଟା ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। କୁଟାସିଂହା କ୍ଲଷ୍ଟର ଅନ୍ତର୍ଗତ ସେମେଲମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ନନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମ ମେହେର -ମୁଖ୍ୟ ଅତିଥି, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦୂର୍ଯୋଧନ ପଶାୟତ- ମୁଖ୍ୟବକ୍ତା, କ୍ଲଷ୍ଟର ସି ଆରସିସି ନିରଞ୍ଜନ ସାହୁ, ପୂର୍ବତନ ସିଆରସିସି ଅମର ସାହୁ, ଶିକ୍ଷକ ସଂଘ ସଂପାଦକ ଦିଲ୍ଲୀପ ବେହେରା ଓ ସମାଜ ସେବୀ ଶ୍ରୀ ନବ ଦନ୍ତା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀସାହୁଙ୍କ ଶିକ୍ଷକତା ଜୀବନର ଅନୁଭୂତି ଓ ସଫଳତା ବିଷୟରେ ମତବ୍ୟକ୍ତ କରିଥିଲେ। ଶ୍ରୀ ଚନ୍ଦ୍ର ଶେଖର ସାହୁ ତାଙ୍କ ଦୀର୍ଘ ଶିକ୍ଷକତା ଜୀବନର ଯାତ୍ରା ବିଷୟରେ ଆବେଗ ଭରା କାହାଣୀ ବ୍ୟାଖ୍ୟା କରି ସମସ୍ତ ସହଯୋଗୀ ଶିକ୍ଷକ ଓ ଶିକ୍ଷା କର୍ମୀ ମାନଙ୍କୁ ସହଯୋଗ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ। କ୍ଲଷ୍ଟର ର ବରିଷ୍ଠ ଶିକ୍ଷକ ଯୋଗିନ୍ଦ୍ର ଦାଶ ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ପରେ ଅତିଥି ବୃନ୍ଦ ବିଦାୟୀ ଶିକ୍ଷକ ଶ୍ରୀ ସାହୁ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାଲେଭଟା ସିଆରସିସି ସଦାନନ୍ଦ ଭୁଏ, ବକଟି ସିଆରସିସି ବାବୁଲାଲ ସାହୁ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ପରିଶେଷରେ ଡୁଙ୍ଗୁରିପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।