-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ପୁଣି ଶିଶୁଚାଲାଣ ! ରାକେଟ୍ ସମ୍ପୃକ୍ତି ସନ୍ଦେହ; ପୁଲିସ୍ ର ଅଧାପନ୍ତରିଆ ତଦନ୍ତ ଦାୟୀ ?

18-Apr-2025



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଭୀମଭୋଇ ମେଡିକାଲ କଲେଜ ହାସପାତାଳରୁ ପୁଣି ଶିଶୁଚାଲାଣ ଘଟଣା ଲୋକଲୋଚନକୁ ଆସିଛି ।  ମୁରିବାହାଲ ସିଡିପିଓଙ୍କ ମୁରିବାହାଲ ଥାନାରେ ଅଭିଯୋଗ ପରେ  ପୁଲିସ ଏହି ସଦ୍ୟଜାତ ଶିଶୁକନ୍ୟାଟିକୁ ଛତିଶଗଡର ଦୁର୍ଗରୁ ଉଦ୍ଧାର କରି ଆଣିବା ସହିତ ଏହି ଘଟଣାର ମଧ୍ଯସ୍ଥି ଦେଓଗାଁ ଥାନାନ୍ତର୍ଗତ ଚୋରମରା ଗ୍ରାମର ସୁରେନ୍ଦ୍ର ବାଗକୁ କୋମନା ଅଞ୍ଚଳରୁ ଓ ଶିଶୁକନ୍ୟାଟିକୁ ରଖିଥିବା ଦୁର୍ଗର ଦୁଇଜଣ ମହିଳାଙ୍କୁ ଆଣି ଅଟକ ରଖି ପଚରାଉଚୁରା କରିଛି ।  ତେବେ ଏହା ଶିଶୁବିକ୍ରି ନୁହେଁ ବୋଲି ଶିଶୁକନ୍ୟାର ପିତାମାତା ଓ ଏସ୍ ପି ଅଭିଳାଷ ଜି କହିଛନ୍ତି ।  ଅଥଚ ସିଡବ୍ଲୁସି ପକ୍ଷରୁ ଏଥିରେ ଏକ ରାକେଟ୍ ଜଡିତ ଥିବା ସନ୍ଦେହ ପ୍ରକାଶ କରାଯାଇଛି ।  ଟିଟିଲାଗଡ ଉପଖଣ୍ଡର ମୁରିବାହାଲ ଥାନାନ୍ତର୍ଗତ କର୍ଲା ଗ୍ରାମର ଏହି ଦାଦନଶ୍ରମିକ ପୂର୍ବରୁ ଦୁଇଟି ପୁତ୍ର ସନ୍ତାନ ଥିବା ପରିବାରର ଜଣେ ମହିଳା ଗତ ୯ ତାରିଖରେ ଭୀମଭୋଇ ହାସପାତାଳରେ ପ୍ରସବ କରିଥିବା ଯାଆଁଳା ଝିଅ ମଧ୍ଯରୁ ପାଳିପୋଷି ନ ପାରିବାରୁ ତୁରେକେଲା ଅଞ୍ଚଳର ରଜାମରା  ଗ୍ରାମର ଜଣେ ପରିଚିତ ବ୍ୟକ୍ତିଙ୍କ ମାର୍ଫତ୍ ରେ କୁଆଡେ ଚୋରମରାର ଦେବେନ୍ଦ୍ର ବାଗ ବନାମ ସୁରେନ୍ଦ୍ର ବାଗ ଶିଶୁଟିକୁ ନେଇ ଦୁର୍ଗର

ଶ୍ରଦ୍ଧା ସୋନୀଙ୍କୁ ନେଇ ଦେଇଥିବା ପ୍ରକାଶ  । ତେବେ ଏହିଜିଲ୍ଲା ତଥା ଏହି ଉପଖଣ୍ଡରେ ବାରମ୍ବାର ଓ ଭୀମଭୋଇ ହାସପାତାଳରେ ଗତ ଏକ ସପ୍ତାହ ମଧ୍ଯରେ ଘଟିଥିବା ଏଭଳି ଘଟଣା ଯୋଗୁଁ  ଲୋକେ ଏହି ଗଳ୍ପକୁ ବିଶ୍ବାସ କରୁ ନାହାଁନ୍ତି । 

ଉଲ୍ଲେଖଯୋଗ୍ଯ  ଯେ , କିଛିମାସ ଆଗରୁ ଟିଟିଲାଗଡ ଉପଖଣ୍ଡ ହାସପାତାଳର ଏମ୍ ସି ଏଚ୍ ରୁ ଏକ ଶିଶୁପୁତ୍ର ବିକ୍ରି ବେଳେ ହାସପାତାଳ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଚାଇଲ୍ଡ ଲାଇନ ପକ୍ଷରୁ ସ୍ଥାନୀୟ ପୁଲିସ ସହଯୋଗରେ ଚଢଉ କରାଯାଇ ଶିଶୁଟିକୁ ଉଦ୍ଧାର ଘଟଣା , ଲାଠୋର ଥାନାନ୍ତର୍ଗତ ଗୁର୍ଜିଭଟା- ପଡାପାଲିର ଏକ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ ହେବାରୁ ରାୟପୁରରୁ ଉଦ୍ଧାର ମାମଲା ଏବଂ ଗତ ୮ ତାରିଖରେ ଏଇ ଭୀମଭୋଇ ହାସପାତାଳରୁ ଏକ ଶିଶୁପୁତ୍ର ବିକ୍ରି ମାମଲା ପରେ ପୁଣି ଏହାକୁ କେବଳ ଦାରିଦ୍ର୍ୟ ଯୋଗୁଁ ପାଳିବାକୁ ହସ୍ତାନ୍ତର ପରି ଏକ ସାଧାରଣ ଘଟଣା ବୋଲି ଲୋକେ ମାନିବାକୁ ନାରାଜ୍ । 

ଆହୁରି ମଧ୍ଯ ନିକଟରେ ଭୁବନେଶ୍ବର ରାମମନ୍ଦିର ସମ୍ମୁଖରୁ ଜଣେ ଭିକାରୁଣୀ ଅନ୍ଧୁଣୀ ମାଆକୋଳରୁ ଏକ ଦେଢବର୍ଷର  ଶିଶୁପୁତ୍ରଟିର ଅପହରଣ ଓ ମୁଖ୍ଯମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ଯୋଗୁଁ ବାଲେଶ୍ଵରରୁ ଉଦ୍ଧାର ପରେ ଶିଶୁଟିକୁ ରଖିଥିବା ମହିଳାଙ୍କର ରୁଗ୍ଣ ଶିଶୁର କିଡନୀ ପ୍ରତିରୋପଣ ଉଦ୍ଦେଶ୍ୟ ଆଶଙ୍କା ପ୍ରକାଶ ପାଇଥିବାରୁ ଏଠାକାର ଏହିସବୁ ଶିଶୁଚାଲାଣର ପ୍ରକୃତ ତଦନ୍ତର ଆବଶ୍ୟକତା ରହିଛି । ଉଲ୍ଲେଖଯୋଗ୍ଯ ଯେ , ବଲାଙ୍ଗୀର ଜିଲ୍ଲାର ଏହିସବୁ ଶିଶୁଚାଲାଣ ଛତିଶଗଡକୁ ହେଉଥିବାରୁ ଓ ମଧ୍ଯସ୍ଥି ବା ଦଲାଲମାନେ ଟଙ୍କାଲୋଭରେ କୌଣସି ଆନ୍ତଃରାଜ୍ୟ ରାକେଟ୍ ସହ ଜଡିତ ରହିଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରୁ ନାହିଁ  !

ତେବେ ଏଭଳି ସମ୍ବେଦନଶୀଳ ଅଭିଯୋଗ ଓ ଆପରାଧିକ ମାମଲାର ତଦନ୍ତରେ ପୁଲିସ୍ ର ଅଧାପନ୍ତରିଆ ଉପରଠାଉରିଆ ତଦନ୍ତ ହିଁ ଏଭଳି ଅପରାଧକୁ ପ୍ରୋତ୍ସାହନ ଦେଉଥିବା ଲୋକେ ସମାଲୋଚନା ପ୍ରକାଶ କରୁଛନ୍ତି ।  ଏହି ଘଟଣାରେ ' ଏହା ଶିଶୁବିକ୍ରି ନୁହେଁ ' ବୋଲି କ୍ଲିନ୍ ଚିଟ୍ ଦେଉଥିବା ପୁଲିସକୁ ଜଣାନାହିଁ ଯେ  ସେମାନେ କହୁଥିବା ମଧ୍ଯସ୍ଥିର ନାଁ' ଦେବେନ୍ଦ୍ର ବାଗ ନୁହେଁ । କାରଣ ଚୋରମରା ଗାଁରେ ଥିବା  ଏକମାତ୍ର ଦେବେନ୍ଦ୍ର ବାଗ ନାମଧାରୀ ଯୁବକଟି ଜଣେ ଶାରୀରିକ ବିକଳାଙ୍ଗ ହରିଜନ ଜାତିର ହୋଇଥିବା ବେଳେ ସେ ବୁଲାବୁଲି କରିବାରେ ସକ୍ଷମ ନୁହେଁ  ଓ ଅନ୍ୟଜଣେ ଗଉଡ ଜାତିର ସୁରେନ୍ଦ୍ର ବାଗ ଏଭଳି କାମରେ ଜଡିତ ଥିବା ଖୁବ୍ ସମ୍ଭବ ବୋଲି ସେହି ପଞ୍ଚାୟତର ସରପଞ୍ଚ କହିଛନ୍ତି । 

ଏହାର ପୂର୍ବର ଶିଶୁବିକ୍ରିରରେ ଟାଉନ ଥାନାରେ ଦର୍ଜ ମାମଲାର ୩ ଜଣ ଅଭିଯୁକ୍ତ/ ଅଭିଯୁକ୍ତାଙ୍କର ଘର ଟିଟିଲାଗଡର ବୋଲି ପୁଲିସ ଉଲ୍ଲେଖ କରିଥିଲେ ହେଁ , ସେମାନେ ଜଣେ ସଇଁତଳା -ଭଦ୍ରାର , ଜଣେ ଟିଟିଲାଗଡ ଥାନାର ଗଏଲଭାଡିର ଓ ଜଣେ କଳାହାଣ୍ଡି ନର୍ଲାର । ସେହିପରି ଉକ୍ତ ଶିଶୁପୁତ୍ରଟିର ଉଦ୍ଧାର ନର୍ଲାରୁ ହୋଇଥିବା ଜଣାପଡିଥିବା ବେଳେ , ପୁଲିସ ଭିନ୍ନ ଠାରୁ ବୋଲି ଦର୍ଶାଉଛି ।  ଉକ୍ତ ମାମଲାର ଅଭିଯୁକ୍ତମାନଙ୍କୁ ଅଦ୍ୟାବଧି ଜେରା ମଧ୍ଯ କରାଯାଇନାହିଁ  !

  ଏଣୁ ଏଭଳି ସମ୍ବେଦନଶୀଳ ମାମଲାର ତଦନ୍ତ ଭଲଭାବରେ କରାଯାଉ ନଥିବା ଚର୍ଚ୍ଚା ହେଉଛି । .ଅତୀତର 'ପରୀ' ବା 'ପିହୁ' ପରି ଶିଶୁକନ୍ୟାମାନଙ୍କର ବହୁଚର୍ଚ୍ଚିତ ଅପରାଧମାମଲା ସମ୍ଭବତଃ ପୁଲିସର ଏଭଳି ଅପାରଗତା ବା  ତ୍ରୁଟି ଯୋଗୁଁ  ସରକାରଙ୍କୁ ବଦନାମ ମୁଣ୍ଡେଇବାକୁ ପଡିଛି  !  

ଏଣୁ ଗୃହବିଭାଗକୁ ହାତରେ ରଖିଥିବା ମୁଖ୍ଯମନ୍ତ୍ରୀଙ୍କର ଏଥିପ୍ରତି ଦୃଷ୍ଟିଆକର୍ଷଣ କରାଯାଉଛି ।  ବଲାଙ୍ଗୀର  ଜିଲ୍ଲାର ଏଭଳି ଶିଶୁବିକ୍ରି ବା ଶିଶୁଚାଲାଣ ସମ୍ପର୍କିତ ପ୍ରକାଶିତ ଗଣମାଧ୍ୟମର ଖବର , ସିଡବ୍ଲୁସିର ସନ୍ଦେହ ଓ ଡିସିପିୟୁ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ଏବଂ ଏହାପଛରେ ବିଦେଶକୁ ଅବୈଧ  ଶିଶୁଚୋରାଚାଲାଣ, ଅଙ୍ଗ ତସ୍କରୀ ଆଦି ସନ୍ଦେହର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଜରୁରୀ ବୋଲି ଜନମତ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like