-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Apr-2025
ନବରଙ୍ଗପୁର -(ମିହିର ଶଙ୍କର ପାତ୍ର)
ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ତିନି ଦିନ ଯାଏ ଅର୍ଥାତ ୧୩ ରୁ ୧୫ ଯାଏ ଅର୍ଥାତ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ୧୮ ଜିଲ୍ଲାର ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ସହ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ ହେଲେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି। ଡାବୁଗାଁ ଅଂଚଳରେ ବିଜେଡି କର୍ମି ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସେପଟେ ଆସନ୍ତା କାଲିଠୁ ଆଉ ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା ପରେ ଏଜ୍କ୍ୟୁଟିଭ କମିଟି ଗଠିତ ହେବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ।