-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
15-Apr-2025
ଭବାନୀପାଟଣା(ଜଗନ୍ନାଥ ନାଏକ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଲ ଗାଁ ପଞ୍ଚାୟତ ସିଙ୍ଘ ଝରନ୍ ଗ୍ରାମରେ ଗ୍ରାମବାସୀ ବରା ଜଙ୍ଗଲ ନିକଟରେ ଗୋଟିଏ ମାଟି ବୋଝେଇ ଥିବା ଟ୍ରାକ୍ଟର ଗାଡ଼ି ନମ୍ବର ଓ ଆର -୦ ୮ଏଚ ୧୭୪୩ ମହିନ୍ଦ୍ରା ଗାଡ଼ି ବରା ଜଙ୍ଗଲରୁ ମାଟି ଖନନ କରି ନେଉଥିବା ସମୟରେ ଗ୍ରାମବାସୀ ଧରି ବନ ବିଭାଗକୁ ଜଣେଇ ଥିଲେ ମଧ୍ଯ ବନ ବିଭାଗ ନିରବ ହୋଇ ରହିଗଲେ କାହା ସ୍ୱାର୍ଥରେ ? ଦେଖିବାକୁ ପାଇଲୁ ମନରେଗା ଯୋଜନାରେ
ବର୍ତ୍ତମାନ ୩୦ ଲକ୍ଷ୍ୟ ଟଙ୍କାର ଗାତ ଖୋଲା ହୋଇଛି କାଗଜ କଲମରେ କିନ୍ତୁ ପ୍ରକୃତରେ ପୁରୁଣା ଗାତ ଗୁଡ଼ିକୁ ରଫାରେ ଆମ୍ପୁଡ଼ି ବିଲ କରାଯାଇଛି। ଓ ଶ୍ରମିକ ମାନଙ୍କ ଫଟୋ ଉଠାଯାଇଛି। ଯେଉଁ ଶ୍ରମିକ ମାନେ କାମ କରି ନାହାନ୍ତି ସେମାନଙ୍କ ବ୍ୟାଙ୍କ୍ ପାସ ବହିରେ ପଇସା ପକା ଯାଇ ସେମାନଙ୍କଠୁ ଅର୍ଥ ସଂଗ୍ରହ କରି ଆତ୍ମସାତ କରିବାର ନଜର
ରହିଛି। ଏହି ଅର୍ଥ ଆତ୍ମସାତରେ ଜି. ଆର୍. ଏସ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଦାୟିତ୍ୱରେ ଥିବା ବଡ଼ବଡ଼କିଆ ବାବୁଙ୍କ ହାତ ଥିବା ସନ୍ଦେହ ସୃଷ୍ଟି ହେଉଛି ଏଣୁ କରି ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରୁଛନ୍ତି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା କର୍ମଚାରୀ ଓ ସରପଞ୍ଚଙ୍କ ଉପରେ ତଦନ୍ତ କରାଯାଉ ଏଵଂ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।