-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଅତାବିରା ଲକ୍ଷେ ଗଣ୍ଡା ସମାଜ ପକ୍ଷରୁ ବାବା ସାହେବ୍ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ: ପଦ୍ମଶ୍ରୀ ଙ୍କ ରଙ୍ଗବତୀ ର ତାଳେ ତାଳେ ଝୁମି ଥିଲେ ସମାଜ

14-Apr-2025



ଅତାବିରା(ଆକାଶ ମିଶ୍ର): ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦରପାଲି  ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଥିବା  ଭାରତରତ୍ନ ଡଃ ଭୀମ ରାଓ ଆମ୍ବେଦକରଙ୍କ  ପ୍ରତିମୂର୍ତ୍ତି   ପରିସରରେ ଆଜି ଡଃ ଆମ୍ବେଦକରଙ୍କ ୧୩୫ତମ  ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଅତାବିରା ଏନ୍ ଏ ସି ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ମନୋଜ ସୁନାଙ୍କ ଅଧ୍ୟକ୍ଷତାରେ ମହାସମାରୋହ ରେ ଏହି ଜନ୍ମ ଜୟନ୍ତୀ ପାଳିତ ହୋଇ ଥିବା ବେଳେ ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଉପଦେଷ୍ଟା ମଣ୍ଡଳୀର ପଞ୍ଚାନନ ଦୀପ, ନରେନ୍ଦ୍ର କୁମାର ନାୟକ, କୁବେର ମହାନନ୍ଦ ଓ ଦଶ ବାଦି ଙ୍କ କରକମଳରେ ଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।ସକାଳ ୮ ଟାରେ ସ୍ଥାନୀୟ  ବିଧାୟକ ନିହାର ମହାନନ୍ଦ ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ତଥା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର କୋଣଅନୁକୋଣରୁ ସମାଜର ଲୋକେ ଏହି ପର୍ବରେ ସାମିଲ ହୋଇଥିଲେ।  ସନ୍ଧ୍ୟାରେ ମାଁ ମେଟାକାନି ମନ୍ଦିରରେ ମାଁ ଙ୍କ ଠାରେ ଦୀପ ପ୍ରଜ୍ବଳନ, ହୋମ ଆହୁତି ସହ ବାବା ଆମ୍ବେଦକରଙ୍କ ଜୟନ୍ତୀ  ପାଳନ ହୋଇ ଥିଲା । ସନ୍ଧ୍ୟାରେ ଗଣ୍ଡା ସମାଜର  ହଜାର ହଜାର ଲୋକଙ୍କ  ସମାବେଶରେ ପଦ୍ମଶ୍ରୀ  ଜିତେନ୍ଦ୍ରିୟ ହରିପାଲ  ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କୁ ଭବ୍ୟ  ସ୍ଵାଗତ କରାଯାଇ ଥିଲା। ବାବାଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ ପରେ  ଆୟୋଜିତ  ସଭାରେ  ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହରିପାଲ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ  ନରେନ୍ଦ୍ର  ନାଏକ ,  ସରୋଜ ସୁନା , ଶମ୍ଭୁ ଦୀପ  ମଞ୍ଚାସୀନ ଥିଲେ । ଜୀବର୍ଦ୍ଧନ ହାତୀ ମଞ୍ଚ ପରିଚାଳନା କରିଥିଲେ। ପଦ୍ମଶ୍ରୀ  ହରିପାଲ ଗଣ୍ଡାସମାଜ ଭିତରେ ଏକତା ଓ ଅଖଣ୍ଡତା ରକ୍ଷା କରିବା ସହ ପରସ୍ପର ପ୍ରତି ଭାଇଚାରାର ବାର୍ତ୍ତା ବାଣ୍ଟିବା ବୋଲି ଉଦବୋଧନ 

ଦେଇଥିଲେ । ବାବା ଆମ୍ବେଦକର ଭାରତୀୟ ସମ୍ବିଧାନର ଜନକ ଭାବେ ନୁହେଁ ସମଗ୍ର ବିଶ୍ଵରେ ମାନବବାଦର ପ୍ରଚାର କରିବାରେ  ତାଙ୍କର ଅନନ୍ୟ ଭୂମିକା ରହିଥିଲା। ତେଣୁ ତାଙ୍କର ନୀତିଆଦର୍ଶକୁ ପାଥେୟ କରି ସମାଜର ଉନ୍ନତି ପାଇଁ  କାର୍ଯ୍ୟ କରିବା ଆମର ପରମ କର୍ତ୍ତବ୍ୟ ବୋଲି  ମଞ୍ଚାସୀନ ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମକୁ  ସମ୍ପାଦକ  ବିଜୟ କୁମାର ବାଦି,ଯୁଗ୍ମ ସମ୍ପାଦକ ପ୍ରଦୀପ ମଲ୍ଲିକ,  ଉପ ସଭାପତି ଶେଷଦେବ ବାଦି, କୋଷାଧ୍ୟକ୍ଷ ଜୟ ମଙ୍ଗଳ ଭୋଷାଗର, ଗୋବିନ୍ଦ ମହାନନ୍ଦ, ହେମନ୍ତ ହରିପାଲ, ଅନିରୁଦ୍ଧ ବାଦି, ବିଜୟ ବାରିକ, ଶେଷ ବାଦି, ପୂର୍ଣ୍ଣ କାଳସେ, ଆର୍ତ୍ତ କାଳସା, ବୃଷଭାନୁ ହିଆଳ ଓ ରମେଶ ପଞ୍ଚବିହା ପ୍ରମୁଖ ସକ୍ରିୟ ସହଯୋଗ କରି ଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମରେ ପଦ୍ମଶ୍ରୀଙ୍କ ରଙ୍ଗବତୀ ଗୀତର ତାଳେତାଳେ ଝୁମି ଉଠିଥିଲେ ଦର୍ଶକ । ଏହା ବ୍ୟତୀତ କଳା ସଂସ୍କୃତି ଅତାବିରା ଅନୁଷ୍ଠାନ ଓ ଲକ୍ଷେ ଗଣ୍ଡା ସମାଜ ସାଥୀ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ନୃତ୍ୟ ପରିବେଷିତ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like