-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
14-Apr-2025
(ଡୋଲେଶ୍ୱର ବାଗ )
ପୁରୀ ଠାରେ ରାଜ୍ୟସ୍ତରୀୟ ଟ୍ଵିଟର୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ,ଗୋଡାଳ ଗ୍ରାମ ପଂଚାୟତ ର ବ୍ରାହ୍ମଣ ପଡା ଗାଁ ର ରୁମତି ବାଗ ସମାଜସେବା କ୍ଷେତ୍ରରେ ନିଆରା ନିଶା କାରଣରୁ ସମ୍ବନ୍ଧିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ସେ ଟ୍ୱିଟର ମାଧ୍ୟମରେ ଅନେକ ସମସ୍ୟା କୁ ଜିଲ୍ଲା ପ୍ରଶାସନ କୁ ଟ୍ୱିଟ କରି ଅନେକ ସମସ୍ୟାର ସମାଧାନ କରୁଛନ୍ତି , ସେ ଆଟା ର ସିନାପାଲି ବ୍ଲକ ସଂଯୋଜିକା ଥିବା ବେଳେ ଆଜି ପୁରୀ ଠାରେ ଅନୁଷ୍ଠିତ ଆଟା ର 4ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ନୂଆପଡା ଜିଲ୍ଲା ସଂଯୋଜକ ଭାବେ ଶୁଭମ ତାଣ୍ଡି ଙ୍କୁ ବେଷ୍ଟ ଟ୍ୱିର୍ଟର ଆକ୍ଟିଭିଷ୍ଟ ଭାବରେ ସମ୍ମାନିତ କରିଥିବା ବେଳେ ବୋଡେ଼ନ ବ୍ଲକ ର ଉମା ବେହେରା ଙ୍କୁ ବ୍ଲକ ସଂଯୋଜକ ଓ ରୁମତି ବାଗ ଙ୍କୁ ସିନାପାଲି ବ୍ଲକ ସଂଯୋଜିକା ଭାବରେ ସମ୍ବଦ୍ଧିତ କରାଯାଇଛି