-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
09-Apr-2025
(ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ମନୋହର ରନ୍ଧାରି, ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାଶ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଡାବୁଗାଁ ବିଡ଼ିଓ ଶରତ ମାଝୀ ସମସ୍ତ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ସୋମନାଥ ପୂଜାରୀ, ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ପାତ୍ର, ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର, ବରିଷ୍ଠ ବିଜେପି ନେତା ଜେ. ରାଜଶେଖର ରାଓ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭୀମସେନ ଜେନା, ନରେଶ ସିଂ, ଜି କିରଣ କୁମାର, ଦିନେଶ ସିଂ, ଜି ସତ୍ୟ ରାଓ, ଓ୍ବାଇ ରାଜ କୁମାର, ଦଶମୁ କଲାର, ପାପିନ ମୁନି, ଜଗଦୀଶ ଭତ୍ରା, ଗୋବିନ୍ଦ ମାଝୀ, ପଙ୍କଜ ମାଝୀ, ନରୁ ସିଂ, ବନ୍ଧୁ ମାଝୀ, ଲକ୍ଷ୍ମୀ ଜାନୀ, ରତନ କଲାର, ମୋହନ ଦାଶ ପୂଜାରୀ, ଭଗତ କଲାର ପ୍ରମୁଖ ଉପସ୍ଥିତ ଥିଲେ। ଦିବ୍ୟାଙ୍ଗ ମାନଙ୍କୁ ତିନି ଚୋକିଆ ସାଇକେଲ ଓ ସ୍ମାର୍ଟ ଫୋନ ଆବଣ୍ଟନ କରାଯାଇଥିଲା।