-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
07-Apr-2025
ତୁଷୁରା(ପଞ୍ଚାନନ ନାଏକ): ରାଷ୍ଟ୍ରୀୟ ଆପଦ ପ୍ରଶମନ ବାହିନୀଙ୍କ ଦ୍ଵାରା ଆଜି ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମୋଟ ୫୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ପରିଚାଳନା ତଥା ସଚେତନତା ଶିବିର ଆୟୋଜିତ ହୋଇଯାଇଛି।ଏଥିରେ କିପରି ସିପିଆର୍ ଦିଆଯିବ,ସାପ କାମୁଡ଼ିଲେ କିପରି ପ୍ରାଥମିକ ପଦକ୍ଷେପ ନିଆଯିବ,ଅଗ୍ନି ନିର୍ବାପନ କୌଶଳ,ବୁଡିଯାଇଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ ତଥା ଘରେ କିପରି ସହଜରେ ଷ୍ଟ୍ରେଚର୍ ତିଆରି କରି ଶୀଘ୍ର ଡାକ୍ତର ଖନା କୁ ରୋଗୀ କୁ ପଠା ଯାଇପାରିବ ଇତ୍ୟାଦି ବିଷୟରେ ରାଷ୍ଟ୍ରୀୟ ଆପଦ ପ୍ରଶମନ ବାହିନୀ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଭାନୁମତୀ ଛତ୍ରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ।