-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
05-Apr-2025
ରାୟଗଡ଼(ସୁପ୍ରିୟା ଷଡଙ୍ଗୀ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ସହରରେ ସ୍ଥିତ କାଳୀ ମନ୍ଦିର ଛକ ଠାରୁ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ଗଣଦୌଡର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗଦାନ କରି ପତାକା ଦେଖାଇ ଶୁଭରାମ୍ଭ କରିଥିଲେ l ଏହି ଗଣ ଦୌଡ଼ରେ ଅଂଶଗ୍ରହଣକାରୀ ପ୍ରଥମେ ପଞ୍ଜିକରଣ ପରେ ଐତିହ ଗଣ ଦୌଡ (ୱାକାଥନ) ପ୍ରାରମ୍ଭ ହୋଇଥିଲା। ଜିଲ୍ଲା କ୍ରୀଡ଼ା
ଅଧିକାରୀଙ୍କ ତତ୍ତ୍ଵାବଧାନରେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର,ଡି ଆଇ ପି ଆର ଓ ବସନ୍ତ କୁମାର ପ୍ରଧାନ , ଡି ସି ଓ ସୁସ୍ମିତା ବାଉରୀଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ
ଶ୍ରୀ ଚନ୍ଦ୍ର କାନ୍ତ ମାଝୀ ଯୋଗ ଦେଇଥିଲେ ।
ଉକ୍ତ ଗଣଦୌଡ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ କାଳୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ -ରାୟାଗଡା ଆର.ଟିଓ ଅଫିସ୍ -ସରସ୍ୱତୀ ଶିଶୁ ମନ୍ଦିର - ପ୍ରେମ ପାହାଡା - ଲାଇଂସକ୍ଲବ ଦେଇ ପରିଶେଷରେ ରାୟଗଡାର ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ ସମାପ୍ତ ହେଇଥିଲା । ତାପରେ ଉତ୍ସବଟି ଉଦଯାପନ ସହ ସମସ୍ତ ଅଂଶଗ୍ରହଣକାରୀ ସକାଶେ ଜଳପାନର ବ୍ୟବସ୍ଥା କରାଯାଇଥିଲା ।।
ଉକ୍ତ ଗଣଦୌଡର କାର୍ଯ୍ୟକ୍ରମରେ ଏଡିଏମ ଶ୍ରୀ ନାୟକ , ପିଏ ଆଇ ଟି ଡି ଏ ଶ୍ରୀ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁଚରଣ ମାଝୀ, କର୍ମକର୍ତ୍ତା ଓ ସହ କର୍ମକର୍ତ୍ତା ବୃନ୍ଦ, ଡି ସି ଓ ସହ କର୍ମକର୍ତ୍ତା ବୃନ୍ଦ,କ୍ରୀଡାବିତ୍, ୱାକର୍ଶ କ୍ଲବ ସଦସ୍ୟମାନେ,ବୁଦ୍ଧିଜୀବୀ,ଜନସାଧାରଣ,ଉମେନ୍ସ କଲେଜର ବିଦ୍ୟାର୍ଥୀମାନେ,ମହାବିଦ୍ୟାଳୟର ବିଦ୍ୟାର୍ଥିମାନେ ଯୋଗଦାନ କରିଥିଲେ ।