-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
03-Apr-2025
ବରୀ ବ୍ଲକ ଅଧୀନ ରମ୍ପା ପଞ୍ଚାୟତର ସରକାରୀ ଖୁଚୁରା ବିକ୍ରେତା ପ୍ରେମଲତା ସାହୁଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ଥାଇ ବି ହିତାଧ୍କାରୀଙ୍କୁ ସାମଗ୍ରୀ ସୁଚାର ରୂପେ ବଣ୍ଟନ କରି ଆସୁଥିଲେ। ତାଙ୍କ ବିୟୋଗ ଖବର ପାଇ ବ୍ଲକ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା, ସରକାରୀ ଖୁଚୁରା ବିକ୍ରତା ରଘୁନାଥ ଶର୍ମା, ପ୍ରକାଶ ଭାନୁ ଦାସ, ସୀତାରାମ ପାଢ଼ୀ, ଗଦାଧର ଦାସ, ପୁରସ୍ତମ ଜେନା, ଉମାକାନ୍ତ ସାମଲ, ରଞ୍ଜିତ ସାହୁ, ହିମାଂଶୁ ଶେଖର ଦାସ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସାନପୁଅ ସୁଧାଂଶୁ ଶେଖର ସାହୁ ମୁଖାଗ୍ନି ଦେଇଥିଲେ।
(ରିପୋର୍ଟ: ରଞ୍ଜିତ ମହାନ୍ତି)