-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
03-Apr-2025
ବରୀ(ରଞ୍ଜିତ ମହାନ୍ତି): ରାଇପୁର ସ୍ଥିତ ଭଅଁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୮ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ ହୋଇଥିଲା । ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ବିଶ୍ଵାଳ, ଚକ୍ରଧର ବାରିକ, ଅରୁଣ କୁମାର ବିଶ୍ୱାଳ, ମହେଶ୍ୱର ପଲାଇ, ସେକ ଆବେଦିନ, ସୁଧୀର କର, ଗୋପୀନାଥ ପାଢ଼ୀ, ନାରାୟଣ ଦାସ, ଶିକ୍ଷାକର୍ମଚାରୀ ବିରଞ୍ଜି ନାରାୟଣ ପଣ୍ଡା, କୃପାସିନ୍ଧୁ ମଲ୍ଲିକ, ମୁକୁନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଦୀର୍ଘ ୨୭ ବର୍ଷର ସ୍ମୃତି ଚାରଣ କରିଥିଲେ ।
ଏହି ଅବସରେରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଛାତ୍ରଛାତ୍ରୀ ମାନେ ମଧ୍ୟ ବିଦ୍ୟାଳୟ ସମୟର ସ୍ମୃତି ସାଉଁଟିଥିଲେ । କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ବିଶ୍ୱଭୂଷଣ ଜେନା, ବିବେକାନନ୍ଦ ଜେନା, ଲଲାଟେନ୍ଦୁ ବାରିକ, ପିତାମ୍ବର ସ୍ୱାଇଁ, କମ୍ଭୁନାଥ ପରମାଣିକ, ଅମୁଲ୍ୟ ମୁଦୁଲି, ସୁବାସ ଚନ୍ଦ୍ର ଜେନା, ଛାତ୍ରୀ ସୀମାରାଣୀ ମିଶ୍ର, ଅନୁସୟା ଦାଶ, ଝୁନା ମହାନ୍ତି, ସାଗରିକା ଖୁଣ୍ଟିଆ, ଅନିତା ସ୍ୱାଇଁ, ପଦ୍ମିନୀ ଓଝା ଓ ଅନ୍ୟମାନେ ପରିଚାଳନା କରିଥିଲେ