-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
03-Apr-2025
ତୁଷୁରା- ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୨୦୨୫-୨୬ ଶିକ୍ଷା ବର୍ଷର ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଅନୁଷ୍ଠିତ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଉପାଧ୍ୟକ୍ଷା ମାମି ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ, ଏସ୍ଏମ୍ସି ସଭାପତି ପ୍ରିୟବ୍ରତ ଛତ୍ରିଆ, ଉପ ସଭାନେତ୍ରୀ ଜନନୀ ଧରୁଆ, କୁନୁ ଦାସ ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କୁ ଖଡି ଛୁଆଁଇ ଥିଲେ। ପ୍ରଥମ ଦିନରେ ୬ ଜଣ ଶିଶୁ ଓ ତାଙ୍କର ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ, ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ ଓ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ଓ ନବାଗତ ଶିଶୁମାନଙ୍କୁ ପାରମ୍ପରିକ ପଞ୍ଚବାଦ୍ଯ ଦୁଲଦୁଲି ସହ କଳସ ସ୍ଥାପନ କରି ପୁରୁଣା ଛାତ୍ରଛାତ୍ରୀମାନେ ଭବ୍ଯ ସ୍ବାଗତ କରିଥିଲେ।