-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଖପ୍ରାଖୋଲ ଜେଇଙ୍କୁ ଆକ୍ରମଣ ଘଟଣା,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

02-Apr-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ନିର୍ବାଚନମଣ୍ଡଳି ସବୁବେଳେ ବିବାଦରେ ରହିଆସିଛି । ପୂର୍ବରୁ ବିଜେଡିଶାସନ ସମୟରେ ତତକାଳିନ ବିଜେଡି ବିଧାୟକ ଜଣେ ଆଦିବାସୀବର୍ଗର କନିଷ୍ଠଯନ୍ତ୍ରୀଙ୍କୁ କାନଧରି ଉଠବସ କରାଇ ଗିରଫ ହୋଇଥିଲେ । ସେହିପରି ହରିଶଙ୍କର ପର୍ଯ୍ୟଟନସ୍ଥଳିର ନିର୍ମାଣକାମରେ ଦୁର୍ନୀତି ଅଭିଯୋଗ ଆଣି ଜଣେ ଜିଲ୍ଲାପରିଷଦ ସଦସ୍ୟ ଜଣେ କନିଷ୍ଠଯନ୍ତ୍ରୀଙ୍କ ସହ ମାଡଲାଗି ବିବାଦରେ ରହିଥିଲେ। ଏବେ ପୁଣି ଜଣେ ବିଜେପି ନେତା ତଥା ସମିତିସଭ୍ୟ କ୍ଷୁଦ୍ରଜଳସେଚନ ବିଭାଗର ଜଣେ କିନିଷ୍ଠଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ବିବାଦରେ ରହିଛନ୍ତି । ଗତ ୨୮ ତାରିଖରେ ଖପ୍ରାଖୋଲ ଏମଆଇ ବିଭାଗ ସବଡିଭିଜନର ଜଣେ କନିଷ୍ଠଯନ୍ତ୍ରୀ ଲୋହିତକୁମାର ବଳଙ୍କୁ ଏକ ଠିକାକାମର ବିଲ କରାଇବାକୁ ଯାଇ ସାହାଜପାଣି ସମିତିସଭ୍ୟ ଉପେନ୍ଦ୍ର ଭୋଇ ବନ୍ଧୁକ ଦେଖାଇବା ସହିତ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି । କିନ୍ତୁ ଘଟଣାକୁ ଆଜି ୫ଦିନ ବିତିଯାଇଥିଲେ ହେଁ ପୋଲିସ ଏତଲାଗ୍ରହଣ କରୁନଥିବାରୁ ଘଟଣାଟି ଏବେ ବିବାଦୀୟ ହୋଇପଡିଛି । କନିଷ୍ଠଯନ୍ତ୍ରୀଙ୍କୁ ମୁଣ୍ଡରେ ଆଘାତଲାଗି ୮ଟି ଷ୍ଟିଜ ପଡିଥିବା ବେଳେ ଖପ୍ରାଖୋଲ ପୋଲିସ ଏତଲା ମଧ୍ୟ ଗ୍ରହଣ କରୁନାହିଁ । ଏହି ଘଟଣାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଗଲାଣି । ଘଟଣାକୁ ବିଜଡେିଦଳ ତଥା ପୂର୍ବତନ ବିଧାୟକ ସରୋଜ ମେହେର ତୀବ୍ରନିନ୍ଦା କରିବା ସହିତ ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଅଭିଯୁକ୍ତଙ୍କୁ ସୁରକ୍ଷାଦେଇ ମାମଲାକୁ ଚପାଇଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୋଲିସ ଯଦି କୌଣସି ଅଭିଯୋଗକାରୀଙ୍କୁ ଏତଲା ନରଖିଲେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସକୁ ଚେତାବନୀ ଦେଇଥିଲେ ହେଁ ଏହି ଘଟଣାରେ କଣ ପାଇଁ ପୋଲିସ ଏତଲା ରଖିନାହିଁ ବୋଲି ସରୋଜ ମେହେର ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଉଦ୍ଦେଶ୍ୟରେ ପୂର୍ବତନବିଧାୟକ ସରୋଜ ମେହେରଓ ତାଙ୍କ ସମର୍ଥକମାନେ ଏକ ଦାବିପତ୍ର ଖପ୍ରାଖୋଲ ଥାନାଧିକାରୀଙ୍କ ଜରିଆରେ ଆଜି ପ୍ରେରଣ କରିଛନ୍ତି । ପୂର୍ବତନ ବିଧାୟକ ସରୋଜ ମେହେର ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ,ଅଭିଯୁକ୍ତ ଉପେନ୍ଦ୍ର ଭୋଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କର ଜଣେ ଖାସଲୋକ । ଉପେନ୍ଦ୍ରଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ଏବେ ରାଜ୍ୟରେ ବିଜେପିସରକାର ଆସିଥିବା ଓ ଖୋଦ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କର ଜଣେ ଖାସ ଲୋକ ହୋଇଥିବାରୁ ଉପେନ୍ଦ୍ର ଭୋଇ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଗତ ୨୮ ତାରିଖ ଦିନ ଉପେନ୍ଦ୍ର କନିଷ୍ଠଯନ୍ତ୍ରୀଙ୍କୁ ଧମକ ଦେବା ବେଳେ କନିଷ୍ଠଯନ୍ତ୍ରୀ ଶ୍ରୀ ବଳ ଖପ୍ରାଖୋଲ ଥାନାଧିକାରୀଙ୍କୁ ଫୋନକରିଥିଲେ । କିନ୍ତୁ ଥାନାଧିକାରୀ ଫୋନ ଉଠାଇ ନଥିଲେ କି କୌଣସି ସହାୟତା କରିନଥିଲେ । ତେଣୁ ବିଜେପିର ଗୁଣ୍ଡାବାହିନୀ କନିଷ୍ଠଯନ୍ତ୍ରୀ ଶ୍ରୀ ବଳଙ୍କୁ ଘରୁ ଘୋଷାଡି ଆଣି ବନ୍ଧୁକ ଦେଖାଇ ଜୀବନରେ ମାରିଦେବାର ଧମକ ଦେବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ପରେ କନିଷ୍ଠଯନ୍ତ୍ରୀ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବାରୁ ଥାନାଧିକାରୀ ତାହାକୁ ଗ୍ରହଣ କରିନଥିଲେ ବୋଲି ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ପୋଲିସ ପକ୍ଷପାତିତା କରି ଓଲଟା କନିଷ୍ଠଯନ୍ତ୍ରୀଙ୍କ ନାମରେ ଏକ କାଉଣ୍ଟର କେସ କରି ଭୟ ଦେଖାଉଥିବା ଅଭିଯୋଗ ହୋଇଛି । ଏପରିକି କନିଷ୍ଠଯନ୍ତ୍ରୀ ବଲାଙ୍ଗୀର ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ କନିଷ୍ଠଯନ୍ତ୍ରୀଙ୍କୁ ଭୟ ଦେଖାଇ ମାମଲାକୁ ଚପାଇଦେବାର ଉଦ୍ୟମ କରୁଛି ବୋଲି ଅଭିଯୋଗ ହୋଇଛି । ପୋଲିସ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଚାପରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ପୂର୍ବତନ ବିଧାୟକ ସରୋଜ ମେହେର ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟାତଳେ ଅଭିଯୁକ୍ତମାନେ ଅପରାଧ ଘଟାଇଥିବା ଅଭିଯୋଗ କରାଯାଇଛି । ତେବେ ଏହି ଘଟଣା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like