-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
02-Apr-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ)ବୁଧବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବାରୀରେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ଦୁର୍ଯ୍ୟୋଧନ ପ୍ରଧାନ, ପ୍ରଧାନ ଶିକ୍ଷକ ବଶିଷ୍ଠ ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଧନପତି ଦାଶ, ଶ୍ରୀଯୁକ୍ତ ସୁରେଶ ପଶାୟତ, ପ୍ରଭାସିନୀ ବିଶି,ଉଳ୍ଳାସିନି ବାଗ ଯୋଗଦାନ କରିଥିଲେ । ବାଲବାଟିକା ଓ ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ ଜଣାଇ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା । ଶିକ୍ଷକ ସ୍ବାଧିନ କୁମାର ସାହୁ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥଲେ ।ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ମଙ୍ଗଳୁ ମୁଣ୍ଡଚୁଲିଆ ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରିଥିଲେ । କ୍ରୀଡା ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀମାନଙ୍କୁ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ର ସଭ୍ୟ ସଭ୍ୟା , ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ସହକାରୀ ଶିକ୍ଷକ କ୍ଷୀରୋଦ୍ର ଡନସନା ଧନ୍ୟବାଦ ଅର୍ପଣ କରିଥିଲେ ।