-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ସିନାପାଲି ରାଜଶ୍ରୀ ପବ୍ଲିକ ସ୍କୁଲ ଠାରେ ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

02-Apr-2025



ସିନାପାଲି  (ଚିନ୍ତାମଣି  ନେତାମ )
ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ସଦର ମହକୁମା ଠାରେ ଅବସ୍ଥିତ ରାଜଶ୍ରୀ ପବ୍ଲିକ ସ୍କୁଲର  ୧୯ ତମ ବାର୍ଷିକ ଉତ୍ସବ  ମହାସମାରୋହରେ  ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି  l ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଦିବ୍ୟ ଓ ଭବ୍ୟ  ସଭାରେ ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ  l ସଭାରେ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ  ରାଜେଶ କୁମାର ଅଗ୍ରୱାଲ ସଭାପତିତ୍ୱ କରିଥିବାବେଳେ ବିଶିଷ୍ଟ ଅତିଥି ଭାବରେ  ବୋଡେ଼ନ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା କଳାହାଣ୍ଡି ସଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ,  ମୁଖ୍ୟ ବକ୍ତା ଭାବରେ  ସ୍ବନାମଧନ୍ୟ  କବି ଲେଖକ ଓ  ଶିକ୍ଷାବିତ  ଶ୍ରୀଯୁକ୍ତ  ଗୌରାଙ୍ଗ କୁମାର ସାହୁ ,ସମ୍ମାନିତ ଅତିଥି ଭାବରେ  ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉଜ୍ୱଳ ଗୁପ୍ତା, ସିନାପାଲି ବଣିକସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଜୈନ ଏବଂ ଶିକ୍ଷାବିତ ଶ୍ରୀଯୁକ୍ତ ସତ୍ୟ ବ୍ରତ ଗହୀର ଯୋଗଦେଇଥିଲେ  l ଅତିଥିଗଣଙ୍କୁ ଶିକ୍ଷୟିତ୍ରୀ ଓ ଛାତ୍ରୀଗଣ ଗାୟିତ୍ରୀ ମହାମନ୍ତ୍ର ଲିଖିତ ଉତ୍ତରୀୟ ପଟୀ ,ଓ ଫୁଲ ଚନ୍ଦନ ଦେଇ ହୃଦୟଭରା ସ୍ୱାଗତ ସମ୍ମର୍ଦ୍ଧନା ଜ୍ଞାପନ କରିଥିଲେ  l ଅତିଥିଗଣଙ୍କ ଦ୍ୱାରା ଦେବ ପୂଜନକର୍ମ ଭକ୍ତିମୟ ପରିବେଶରେ ସମାପନ ହେଲାପରେ ସଭାପତିଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା  l ପ୍ରଥମେ ଛାତ୍ରୀ ମାନଙ୍କ ଦ୍ୱାରା  ପରିବେଷିତ ପ୍ରାରମ୍ଭିକ  ସଂଗୀତ ଓ ନୃତ୍ୟ  ମଞ୍ଚରେ ଏକ ମନୋଜ୍ଞ ଦୃଶ୍ୟ  ସୃଷ୍ଟି କରିଥିଲା  l ପରେ ସ୍କୁଲର ପ୍ରିନ୍ସିପାଲ ଶ୍ରୀଯୁକ୍ତ ଏ ପୱନ ରାଓ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ  l ମୁଖ୍ୟ  ବକ୍ତାଙ୍କ  ଦ୍ୱାରା ଭାଷିତ  ଭାରତୀୟ ମହାନ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ତଥା ଗୁରୁଙ୍କ  ମହିମା ଗାଥା ସମସ୍ତ ଶ୍ରୋତା ଓ ଅଭିଵାବକ /ଅଭିଭାବିକାଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲା  l ଅତିଥିଗଣ ନବଯୌବନ ପ୍ରାପ୍ତ ଏହି ଶିକ୍ଷା ଅନୁଷ୍ଠାନର  ଗୌରମୟ ଅତୀତକୁ  ରୋମାନ୍ଥନ କରିବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ  l ମୁଖ୍ୟ ଅତିଥି  ମାନନୀୟ ବିଧାୟକ ମହୋଦୟ ବିଦ୍ୟାଳୟର ସୌନ୍ଦର୍ଯ୍ୟବୃଦ୍ଧି କରଣ ଓ ପାଠାଗାର ପାଇଁ ଅର୍ଥ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇ ଶିକ୍ଷକ, ଶିକ୍ଷୟିତ୍ରୀ  ଓ  ଛାତ୍ରଛାତ୍ରୀଙ୍କର ହୃଦୟ ଜିଣି ନେଇଥିଲେ  l ଅତିଥି ଗଣଙ୍କ ପାଖରେ  ଉତ୍ସବକୁ  ଚିରସ୍ମରଣୀୟ କରିବାପାଇଁ  ଚେୟାରମ୍ୟାନ  ଭଗବତ ଗୀତା ପୁସ୍ତକ ଓ ସ୍ମୃତି  ସ୍ମାରକି ତାଙ୍କୁ ପ୍ରଦାନ କରିଥିଲେ  lଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ  ଟ୍ରଫି ଦେଇ ଅତିଥିଗଣ ଉତ୍ସାହିତ କରିଥିଲେ  l ପୁରାତନ ଛାତ୍ର ପ୍ରିନ୍ସ ଅଗ୍ରୱାଲ ଓ  ଛାତ୍ରୀ ଶିଦ୍ଧି ଜୈନ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ  l ଶେଷରେ ଶିକ୍ଷୟିତ୍ରୀ ଅନୁରୂପା ବହିଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  l ସଭାସାଙ୍ଗ ହେଲାପରେ କୁନି କୁନି ତାରକା ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l  ବନ୍ଦେ ମାତରଂ ସଂଗୀତଧ୍ୱନୀ ସହ ଉତ୍ସବର ସମାପନ ଘଟିଥିଲା  l  ଏହି ଉତ୍ସବ ଆୟୋଜନରେ ସ୍କୁଲର ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ସହଯୋଗ କରିଥିଲେ  l ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ /ଅଭିଭାବିକା, ସହରର ଅନେକ ବୁଦ୍ଧିଜୀବି ଓ ଶିକ୍ଷା ପ୍ରେମୀ ପୁରୁଷ ମହିଳା  ଉପସ୍ଥିତ ଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like