-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
01-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବିଜେପୁରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନନୀୟ ଶ୍ରୀଯୁକ୍ତ ସୁନାଧର ସେଠ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରଚାରକ ଯୋଗଦାନ କରି ହିନ୍ଦୁମାନଙ୍କ ମଧ୍ୟରେ ଭାତୃତ୍ୱ ଓ ହିନ୍ଦୁତ୍ବର ଜାଗରଣ ଉପରେ ଗୁରୁତ୍ଵ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁ ଭାଇଭଉଣୀ ଶ୍ରୀରାମ, ଯୁଧିଷ୍ଠିର, ବିକ୍ରମାଦିତ୍ୟ, କେଶବ ବଳିରାମ ହେଡ଼ଗେୱ।ର, ଭାରତମାତା ଆଦି ଭାରତୀୟ ସଂସ୍କୃତି ଆଧାରିତ ବିଭିନ୍ନ ବେଶ ଦ୍ଵାରା ସୁସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସଦାନନ୍ଦ ପଧାନ ଅତିଥି ପରିଚୟ କରିଥିବାବେଳେ ଆଚାର୍ଯ୍ୟ ଶ୍ରୀଯୁକ୍ତ ଉମାକାନ୍ତ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।