-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
01-Apr-2025
ବରୀ(ରଞ୍ଜିତ ମହାନ୍ତି): ବରୀ ଏକ ଭାଇଚାରା ମାଟି, ଏଠି ହିନ୍ଦୁ, ମୁସଲମାନ ଭାଇଭାଇ ହୋଇ ଚଳି ଆସିଛନ୍ତି। ଶାନ୍ତି ମୈତ୍ରୀର ମାଟିରେ ଭାଇଚାରା ଏକ ନିଆରା ପରମ୍ପରା ସୃଷ୍ଟି କରେ ବୋଲି ବିଧାୟକ କହିଛନ୍ତି। ସେହିପରି ଏକ ମାସ ଓଷା ରଖିବା ପରେ ଆଜି ଇଦ ପାଳନ ହୋଇଛି। ଏହା ମୁସଲମାନ ସମ୍ପ୍ରଦାୟର ଏକ ବଡ଼ ପର୍ବ ବୋଲି ବରୀ ସରପଞ୍ଚ ସୋନାଲି ସିଂ କହିଛନ୍ତି।
ବରୀ ନିର୍ବାଚନମଣ୍ଡଳୀରେ ଇଦ୍ ପର୍ବ ପାଳିତ ହୋଇଯାଇଛି। ଏଥିରେ ବରୀ ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ ସାମିଲ ହୋଇ ନିର୍ବାଚନମଣ୍ଡଳୀର ବ୍ରହ୍ମବରଦା, ବରୀ ଓ ସୁଜନପୁର ମସଜିଦରେ ପହଞ୍ଚି ମୁସଲମାନ ଭାଇମାନଙ୍କୁ ଭେଟି ଗୋଲପ ଫୁଲ ଦେଇ ଇଦ ଶୁଭେଚ୍ଛା ଜଣାଇଛନ୍ତି।