-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
29-Mar-2025
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବର୍ତ୍ତମାନ ଟାଣ ଖରା ହେଉଥିବା ଯୋଗୁଁ ଥଣ୍ଡା ପାନୀୟ ଜଳର ଆବଶ୍ୟକତା ରହୁଥିବା ବେଳେ କିଛି ସ୍ଥାନରେ ଜଳ ର ଅଭାବ ଦେଖାଯାଇଛି। ସମସ୍ତ ଗାଁ ମାନଙ୍କୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାର ଙ୍କ ପକ୍ଷରୁ ହରଘର ନଳ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରି ଗାଁ ମାନଙ୍କୁ ଟାଙ୍କି ତିଆରି କରାଯାଉଛି। ଏହି ପରିପ୍ରେକ୍ଷିରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକର ଭାନପୁର ଗାଁ ଲୋକ ଙ୍କୁ ପାନୀୟ ଜଳର ସୁବିଧା ପାଇଁ ଏକ ଟାଙ୍କି ନିର୍ମାଣ କରାଯାଇଥିବାବେଳେ ପ୍ରତ୍ୟେକ ଘର କୁ ପାଣି ଯୋଗାଇବା ପାଇଁ ପାଇପ୍ ଲଗା ଯିବା କୁ ସ୍ଥିର କରିଥିବା ବେଳେ ଭାନପୁର ଗାଁ ର ଗୌନ୍ତିଆ ପରିବାରର ଲୋକେ ବାଧାପ୍ରାପ୍ତ ଦେଉଛନ୍ତି। ସେମାନେ ଏହା ଆମ ପୈତୃକ ସମ୍ପତ୍ତି ଆଉ ଏହିଠାରେ କୌଣସି ସରକାରୀ କାର୍ଯ୍ୟ କରିବାକୁ ଦେବୁନାହିଁ କହୁଥିବା ଯୋଗୁଁ ଠିକାଦାର କାମ ବନ୍ଦ ରଖିଛନ୍ତି। ଏପଟେ ଟାଣ ଖରା ରେ ଲୋକ ପିଇବା ପାଣି ପାଇଁ ବ୍ୟାକୁଳ ହେଉଥିବା ବେଳେ ଗୌନ୍ତିଆ ପରିବାରର ଜିଦ୍ ପାଇଁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। ଏଥିପାଇଁ ଗାଁ ର ସରପଞ୍ଚ ରୀନା ଜାଲ , ସମାଜସେବୀ ଡିଲେଶ୍ବର ଜାଲ ଏବଂ ଗାଁ ର ଶତାଧିକ ପୁରୁଷ ଓ ମହିଳାମାନେ ଆଜି ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଆସନ୍ତାକାଲି ପୋଲିସ ପ୍ରଶାସନ ଓ ବ୍ଳକ ପ୍ରଶାସନ ଗାଁ କୁ ପହଞ୍ଚି ପାଇପ୍ ଲଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଆସନ୍ତାକାଲି ବିଡ଼ିଓ ମହୋଦୟ କ'ଣ ସୁବିଧା କରୁଛନ୍ତି।