-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
29-Mar-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ତୋରେଗାଁ ପଞ୍ଚାୟତ ପରିସରରେ ଡାବୁଗାଁ ଥାନା ପୋଲିସ ତରଫରୁ ଆମ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଥାନା ଅଧିକାରୀ ଗୋପାଳକୃଷ୍ଣ ଆଗୁପାତ୍ର ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା, ନାଗରୀକ ସୁରକ୍ଷା ସଂହିତା, ଭାରତୀୟ ଶାଖ୍ୟ ଆଇନ, ସାଇବର ଆର୍ଥିକ ଅପରାଧ, ଟ୍ରାଫିକ ନିୟମ, ମଦ ପିଇ ଗାଡି ନ ଚଳାଇବା, ବାଲ୍ୟ ବିବାହ ଆଇନ, ଜାତିପ୍ରଥା , ସାମାଜିକ ବାସନ୍ଦ ଉପରେ ଥିବା ଆଇନ, ସାମ୍ବିଧାନିକ ଅଧିକାର ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ | ଏଥିରେ ସବ ଇନିସ୍ପେକ୍ଟର ଚନ୍ଦନ ସାହୁ, ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା, ତୋରେଗାଁ ପଞ୍ଚାୟତ ସରପଞ୍ଚ ମନୁରାମ ମାଝୀ, ଥାନା ହାବିଲଦାର ଶିବ ଶଙ୍କର ଭଞ୍ଜ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଗ୍ରାମବାସୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଆମ ପୋଲିସ ସମିତି ହେବା ଦ୍ଵାରା ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ଦୃଢୀଭୂତ ହେବା ସହିତ ପୋଲିସ କୁ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି