-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-Mar-2025
ରେଢ଼ାଖୋଲ ( ଅନିଲ ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର କଲେଜ ଛକ ନିକଟରୁ ଶୁକ୍ରବାର ସକାଳେ ରେଢ଼ାଖୋଲ ପୋଲିସ ଚଢ଼ାଉ କରି ୧୦ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ହେଲେ କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ବିଶ୍ବନାଥପୁର ଗ୍ରାମର ଗଦାଧର ଖଟୁଆ । ସେ ଏକ ବ୍ୟାଗ୍ ରେ ଗଞ୍ଜେଇ ଧରି ସମ୍ବଲପୁର ଚାଲାଣ ପାଇଁ ବସ କୁ ଅପେକ୍ଷା କରିଥିଲେ । ପୋଲିସ ପେଟ୍ରୋଲଂ ସମୟରେ ସନ୍ଦେହ କରି ତାଙ୍କୁ ଯାଞ୍ଚ କରିଥିଲା ଯାଞ୍ଚ ପରେ ଗଞ୍ଜେଇ ସହ ତାଙ୍କୁ ଗିରଫ କରି ରେଢ଼ାଖୋଲ ପୋଲିସ କେଶ ୭୯/୨୫ ଏନଡିପିଏସ ଅକ୍ଟ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।