-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Mar-2025
କଣ୍ଟାମାଳ, (ପ୍ରେରଣା ଖବର )
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ବିଭିନ୍ନ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି l ଘଣ୍ଟାପଡ଼ା ଟିଓଏମଇ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସ୍କୁଲର ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମସ୍ତ ଶିକ୍ଷକ ଶୁଭେଚ୍ଛା ସହ ବିଭିନ୍ନ ଉପହାର ଦେଇ ସମ୍ବର୍ଦ୍ଧନା କରି ନିଜର ଲକ୍ଷ୍ୟ ହାସଲ ପାଇଁ ଆଶିର୍ବାଦ କରିଥିଲେ। ସେହିପରି ସପ୍ତମ ଶ୍ରେଣୀ ଓ ୬ଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀମାନେ ମଧ୍ୟ ଶୋକାକୁଳ ପରିବେଶରେ ବିଦାୟ ଦେଇଥିଲେ। ଉକ୍ତ ସଭାରେ ପ୍ରଧାନଶିକ୍ଷକ ଶ୍ରୀ ଲୁହାଙ୍କ ସହ ସହକାରୀ ଶିକ୍ଷକ ସୁଶାନ୍ତ କହଁର, ମୁକୁନ୍ଦଦେବ ସାହୁ, ସ୍ଵର୍ଣ୍ଣ ପ୍ରଭା ସାହୁ , ସସ୍ମିତା ଜାନୀଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ। ସେହିପରି ସ୍ଥାନୀୟ ଘଣ୍ଟାପଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମଧ୍ୟ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସେଠଙ୍କ ସଭାପତିତ୍ଵରେ ପରିଚାଳନା କମିଟୀ ସଭାପତି ଅଗସ୍ତି ମଲିକ,ସଂପାଦକ ରଞ୍ଜିତ ରଣା, ସାମ୍ବାଦିକ ପ୍ରଭାତ କୁମାର ସାହୁ ଓ ସମାଜସେବୀ ମହେଶ୍ୱର ରଣା ଉପସ୍ଥିତ ରହି ଅନୁଷ୍ଠାନର ଶେଷ ବର୍ଷ ଅଷ୍ଟମ ଶ୍ରେଣୀଗୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ ଏବଂ ବିଦାୟୀ ଉତ୍ସବରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ସହ ବିଭିନ୍ନ ଉପହାର ଦେଇ ବିଦାୟ ଦେଇଥିଲେ। ସମ୍ବର୍ଦ୍ଧନା ସଭାରେ ସମସ୍ତ ଗୁରୁଜୀ,ଗୁରୁମା ଓ ସେବକ ସେବିକା ଉପସ୍ଥିତ ରହି ସହଯୋଗ କରିଥିଲେ।