-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Mar-2025
ବରଗଡ(ପ୍ରେରଣା ଖବର): ଗତ ୨ ଦିନ ତଳେ ଲୋକସଭାରେ ରେଲୱେ ଖର୍ଚ୍ଚ ଦାବୀ ଉପରେ ହେଉଥିବା ଆଲୋଚନାରେ ଭାଗନେଇ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡ ଅଞ୍ଚଳର ଜଣେ ସାଧୁ ଶ୍ରୀ ଗିରିଜା ଶଙ୍କର ଦାସଙ୍କ ତତ୍ବକୁ କହିବାକୁ ଯାଇ ନରେନ୍ଦ୍ର ମୋଦୀ ଆଜିର ପ୍ରଧାନମନ୍ତ୍ରୀ ପୂର୍ବ ଜନ୍ମରେ ମହାରାଜ ଛତ୍ରପତି ଶିବାଜୀ ଥିଲେ ବୋଲି ଉଲ୍ଲେଖ କରିଥିଲେ । ତୁରନ୍ତ ମହାରାଷ୍ଟ୍ର ର କିଛି ସାଂସଦ ଉଠି ଏହାର ପ୍ରତିବାଦ କରି ଏହାକୁ ରେକର୍ଡ ଭୁକ୍ତ ନ କରିବା ପାଇଁ ଦାବୀ କରିଥିଲେ । ପରବର୍ତ୍ତୀ ସମୟରେ ମଧ୍ଯ ମହାରାଷ୍ଟ୍ରରେ କଂଗ୍ରେସର ଦଳ ତରଫରୁ ବ୍ଯାପକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶ୍ରୀ ପୁରୋହିତ ଉଲ୍ଲେଖ କରିଥିଲେ ଯେ ଭାରତ ବର୍ଷକୁ ପରମ ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ସହ ଦୁନିଆର ସବୁ ଠୁଁ ଶକ୍ତଶାଳୀ ରାଷ୍ଟ୍ର ନିର୍ମାଣ ଦିଗରେ ମୋଦୀ ଜୀ ଗୋଟିଏ ମିଶନ ନେଇ କାମ କରୁଛନ୍ତି । ମହାରାଜ ଛତ୍ରପତି ଶିବାଜୀଙ୍କ ପୁନଃଜନ୍ମ ନରେନ୍ଦ୍ର ମୋଦୀଙ୍କ ବୋଲି କହିଥିବା ସାଧୁ ଶ୍ରୀ ଗିରିଜା ଶଙ୍କର ଦାସ ଏବେ କାମେରା ସାମ୍ନାକୁ ଆସିଛନ୍ତି । ସାଧୁ ଗିରିଜା ଶଙ୍କର ଦାସ ୭ବର୍ଷ ଧରି ବିନା ପାଣି ପିଇ ମଡୋଖାଲ ଗୁମ୍ଫାରେ ତପସ୍ୟାରତ ଥିଲେ । ଏବେ ମହୁଲପାଲି - ପଲସାନି ଠାରେ ଏକ ଆଶ୍ରମ ସ୍ଥାପନ କରି ସେଠାରେ ସାଧନାରତ ଅଛନ୍ତି । ସେ ଏହା ମଧ୍ଯ କରିଛନ୍ତି ଯେ ମୋଦୀ ନିଜେ ନ ଚାହିବା ପର୍ଯ୍ୟନ୍ତ ଦୁନିଆରେ ଏ ପର୍ଯ୍ୟନ୍ତ କୌଣସି ଶକ୍ତି ନାହିଁ ମୋଦୀ ଜୀଙ୍କୁ କ୍ଷମତାଚ୍ୟୁତ କରି ପାରିବ । ମୋଦୀ ଜୀ ଯେଉଁଦିନ ନିଜେ ନିଷ୍ପତ୍ତି ନେବେ ତେବେ ହୁଏତ କଥା ଭିନ୍ନ ହୋଇ ପାରେ । ୨୦୨୪ ବରଗଡ ଲୋକସଭା ପ୍ରାର୍ଥୀ ହେବାପରେ ଶ୍ରୀ ପ୍ରଦୀପ ପୁରୋହିତ ସାଧୁ ଗିରିଜା ଶଙ୍କର ଦାସଙ୍କ ନିକଟକୁ ଆର୍ଶୀବାଦ ନେବା ପାଇଁ ଆସିଥିବା ବେଲେ ଏ କଥା କହିଥିଲେ ସାଧୁ ଗିରିଜ ଶଙ୍କର ଦାସ ।